କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ପ୍ରକାଶ ପାଇଛି । ଚଳିତ ଥର ୫ ହଜାର ୭ ଶହ ୬୦ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାର ୬୩.୬୪ ପ୍ରତିଶତ ରହିଛି ।
ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ର ଫଳାଫଳ ପ୍ରକାଶ ପାଇଛି । ୮ ହଜାର ୬ ଶହ ୯୮ ଜଣ ଷ୍ଟେଟ୍ ଓପନ୍ ସ୍କୁଲ୍ ପରୀକ୍ଷା ଦେଇଥିଲେ । ମୋଟ ୫ହଜାର ୪ଶହ ୫୦ ଜଣ ପାସ କରିଛନ୍ତି । ପାସ୍ ହାର ୬୨.୬୫ ପ୍ରତିଶତ ରହିଛି ।
ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରେ ନିଜ ରେଜଲ୍ଟ ଦେଖିପାରିବେ । ସଫଳ ପରୀକ୍ଷାର୍ଥୀମାନେ ଅଗଷ୍ଟ ୧୭ରୁ ବୋର୍ଡର ୱେବସାଇଟ୍ bse.odisha.gov.inରେ ନିଜର ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।










