30 C
Bhubaneswar
Tuesday, August 11, 2026
Homeଦେଶ ବିଦେଶରୁଷ୍‌ ଉପରେ ୟୁକ୍ରେନର ବଡ଼ ଆକ୍ରମଣ: ୧୩ ମୃତ

ରୁଷ୍‌ ଉପରେ ୟୁକ୍ରେନର ବଡ଼ ଆକ୍ରମଣ: ୧୩ ମୃତ

ମସ୍କୋ : ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମରେ ରୁଷ୍‌ ଉପରେ ୟୁକ୍ରେନ ବଡ ଧରଣର ଆକ୍ରମଣ କରିଛି। ସୋମବାର ୟୁକ୍ରେନର ଡ୍ରୋନ ଆକ୍ରମଣରେ ରୁଷ୍‌ରେ ୧୩ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହେବା ସହ ୩୯ଜଣ ଆହତ ହୋଇଛନ୍ତି। ୟୁକ୍ରେନ ସୀମାରୁ ପ୍ରାୟ ୧,୦୦୦ କିମି ଦୂର ରୁଷ୍‌ର ନିଜନେକାମସ୍କ ଅଞ୍ଚଳରେ ଥିବା ଶିଳ୍ପାଞ୍ଚଳ ସହ ତୋପାରସ୍ତାନ ଉପରେ ଏହି ଆକ୍ରମଣ ହୋଇଛି। ଏଠାରେ ରୁଷ୍‌ର ସବୁଠାରୁ ବଡ ଓ ଅତ୍ୟାଧୁନିକ ତୈଳ ବିଶୋଧନାଗାର ରହିଛି। ରୁଷ୍ ଅଧିକାରୀଙ୍କ କହିବା ଅନୁଯାୟୀ ୟୁକ୍ରେନର ଆକ୍ରମଣରେ ଉଭୟ ଶିଳ୍ପାଞ୍ଚଳ ଓ ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ମୃତକଙ୍କ ମଧ୍ୟରେ ଏକ ଶିଶୁ ରହିଛି। ଏହି ଆକ୍ରମଣ ପ୍ରମାଣିତ କରିଛି ଯେ ୟୁକ୍ରେନ ରୁଷ୍‌ର ଆଭ୍ୟନ୍ତରୀଣ ଅଞ୍ଚଳରେ ଆକ୍ରମଣ କରିବାକୁ ସକ୍ଷମ।

ଆଉ ମଧ୍ୟ କିଭ୍‌ ରୁଷ୍‌ର ଶକ୍ତି ଓ ଶିଳ୍ପାଞ୍ଚଳ ଉପରେ ଆକ୍ରମଣକୁ ବ୍ୟାପକ କରିବାରେ ଲାଗିଛି। ୟୁକ୍ରେନ ଆକ୍ରମଣରେ ରୁଷ୍‌ର ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ସହ କେତେକ ବେସାମରିକ ପ୍ରତିଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ତୋପାରସ୍ତାନ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଶୋକ ଦିବସ ଘୋଷଣା କରାଯାଇଛି। ରୁଷର ସାମରିକ ଓ ଆର୍ଥିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ୟୁକ୍ରେନ ଏହିପରି ଦୂରଗାମୀ ଡ୍ରୋନ୍ ଆକ୍ରମଣକୁ ଜୋରଦାର କରିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିବା ଅନୁଯାୟୀ ୟୁକ୍ରେନ ପକ୍ଷରୁ ମାଡ କରାଯାଇଥିବା ୪୫୬ଟି ଡ୍ରୋନକୁ ଆକାଶ ମାର୍ଗରେ ଇଣ୍ଟରସେପ୍ଟ କରାଯାଇଛି। ତେବେ କେତେ ଡ୍ରୋନ ଏହାର ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ତାହା କୁହାଯାଇଛି। ଅନ୍ୟପଟେ ୟୁକ୍ରେନ ବାୟୁସେନା କହିଛି ଯେ ରବିବାର ରାତିରେ ରୁଷ୍ ପକ୍ଷରୁ ୧୨୬ଟି ଡ୍ରୋନ ମାଡ କରାଯାଇଥିଲା। ରୁଷ୍‌ର ଡ୍ରୋନ ଆକ୍ରମଣରେ ୟୁକ୍ରେନର ଖାରକିଭ୍ ଅଞ୍ଚଳରେ ୫ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୨ ଫେବୃଆରୀରୁ ଦୁଇଦେଶ ମଧ୍ୟରେ ପୂର୍ଣ୍ଣକାଳୀନ ଯୁଦ୍ଧ ଲାଗି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking