27.2 C
Bhubaneswar
Monday, August 10, 2026
Homeଓଡିଶାମହାବୀର ପାହାଡ଼ ଅଞ୍ଚଳରେ ୨୬ଟିକିଆ ହାତୀପଲଙ୍କ ଆତଙ୍କ

ମହାବୀର ପାହାଡ଼ ଅଞ୍ଚଳରେ ୨୬ଟିକିଆ ହାତୀପଲଙ୍କ ଆତଙ୍କ

ସୁନ୍ଦରଗଡ଼: ମହାବୀର ପାହାଡ଼ ଅଞ୍ଚଳରେ ହାତୀ ଆତଙ୍କ । ୨୬ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳରେ ଆଜି ସକାଳୁ ମହାବୀର ଜଙ୍ଗଲରେ ଆଉ ଗୋଟିଏ ହାତୀ ଦେଖିବାକୁ ମିଳିଛି । ଶୁକ୍ରବାର ସକାଳୁ କାଦୋପଡ଼ା ନିକଟସ୍ଥ ମହାବୀର ପାହାଡ଼ ଅଞ୍ଚଳରେ ୨୫ଟିକିଆ ହାତୀପଲ ଚଳପ୍ରଚଳ କରୁଥିଲା । ଏବେ ଆଉ ଗୋଟିଏ ହାତୀ ଦେଖାଯିବା ପରେ ହାତୀପଲର ସଂଖ୍ୟା ୨୬କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି ।ହାତୀପଲର ଚଳପ୍ରଚଳ ଯୋଗୁଁ ମହାବୀର ପାହାଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଦେଖାଦେଇଛି । ହାତୀପଲର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି । ଏଥିସହ ଅଞ୍ଚଳବାସୀଙ୍କୁ ହାତୀଙ୍କ ନିକଟକୁ ନଯିବା ଏବଂ ଜଙ୍ଗଲ ଅଞ୍ଚଳକୁ ଯିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking