ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରିବା, ତ୍ରୁଟିପୂର୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ଦାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅବିଳମ୍ବେ ଇସ୍ତଫା ଦେବା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଧାୟକ ପ୍ରକାଶ ସେଠୀ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଦାବିରେ ଆଜି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ବ୍ଲକ( ଏ.ଆଇ.ଏସ. ବି ) ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ର ବିକ୍ଷୋଭ ସଂଗଠିତ ହୋଇଯାଇଛି। ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ବ୍ଲକର ରାଜ୍ୟ ସଂପାଦିକା ଦିଶା ଆଜାଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସବଶ୍ରୀ ଲଷ୍ମୀ ଦୋରା, ଛାତ୍ରୀନେତ୍ରୀ ରିଙ୍କି ସାହୁ, ନିଶା ବାରିକ, ମିକି ସାହୁ, ଲଳିତା ଖିଲ୍ଲ, ଛାତ୍ରନେତା ଇଜନ ବଜ, ରାଜୁ ମାଡକାମୀ, ସବିନ୍ଦ୍ର ଖିଲ, ପରମେଶ୍ୱର ଗଲାରୀ, ଅମର ନାୟକମ, ସିଧୁ କୁଆସି, ରାହୁଲ ଖିଲ, ଅଭି ନାୟକ, ବାବୁଲି ସୁକୁରି, ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଏହି ଛାତ୍ର ବିକ୍ଷୋଭରେ ଯୋଗଦାନ କରିଥିଲେ । ବିଜେପି ସରକାର ଆସିବା ପରେ ସାରା ଦେଶରେ ଏବଂ ଆମ ରାଜ୍ୟ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଧୂଳିସାତ ହେବାରେ ଲାଗିଛି। ଶିକ୍ଷାନୁଷ୍ଠାନ ଗୁଡିକ ଶାସକ ଦଳର ବିଧାୟକ ଓ ସାଂସଦମାନଙ୍କ ସମେତ ବିଜେପି କର୍ମୀମାନଙ୍କ ରାଜନୈତିକ ପ୍ରୟୋଗଶାଳାରେ ପରିଣତ ହେବା ଫଳରେ ଶିକ୍ଷାନୁଷ୍ଠାନ ପରିସର ଅଶାନ୍ତ ହେବାରେ ଲାଗିଛି ବୋଲି ନିଜ ବ୍ୟକ୍ତବ୍ୟରେ ଷ୍ଟୁଡେଣ୍ଟସ ବ୍ଲକର କର୍ମକର୍ତ୍ତାମାନେ ଅଭିଯୋଗ କରିବା ସହିତ ଶିକ୍ଷା , ଶିକ୍ଷାନୁଷ୍ଠାନ ଓ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ନିଜ ବକ୍ତବ୍ୟରେ ଚେତାବନୀ ଜଣାଇଥିଲେ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ଜାରି ରହିବ ବୋଲି ସ୍ଟୁଡେଣ୍ଟସ ବ୍ଲକ ପକ୍ଷରୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରାଯାଇଛି l










