28.9 C
Bhubaneswar
Friday, August 7, 2026
Homeଓଡିଶାସାପ କାମୁଡାରେ ମାଆ, ପୁଅଙ୍କ ମୃତ୍ୟୁ

ସାପ କାମୁଡାରେ ମାଆ, ପୁଅଙ୍କ ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମ୍ବାତାଳ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା । ରାତିରେ ଘରେ ଶୋଇଥିବା ବେଳେ ରଣା ସାପ କାମୁଡାରେ ମାଆ ଓ ତାଙ୍କ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ କଡମ୍ବାତାଳ ଗ୍ରାମର ଅଜୟ କୁମାର ବଡରଇତ ତାଙ୍କ ପତ୍ନୀ ଲଳିତା ବଡରଇତ, ୭ ବର୍ଷର ପୁଅ ଅମିତ ଓ ଦେଢ ବର୍ଷର ଝିଅଙ୍କ ସହ ଗତକାଲି ରାତିରେ ଘରେ ଶୋଇଥିଲେ । ରାତି ଅଧରେ ଦୁଇଟି ରଣା ସାପ ଘର ଭିତରକୁ ଭିତରକୁ ପଶି ଲଳିତା ଓ ଅମିତଙ୍କୁ କାମୁଡି ଦେଇଥିଲା । ଯନ୍ତ୍ରଣାରେ ଉଭୟ ଚିତ୍କାର କରିବାରୁ ଅଜୟଙ୍କ ନିଦ ଭାଙ୍ଗିଥିଲା । ସେ ଉଠିବା ବେଳକୁ ଘର ଭିତରେ ପଶି ଦୁଇଟି ସାପ ବୁଲୁଥିବାର ଦେଖିଥିଲେ । ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ କଡମ୍ବାତଳ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking