ବଲାଙ୍ଗିର : ନୂଆଖାଇ ପର୍ବ ବଲାଙ୍ଗିରରେ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ସକାଳ ୯ଟା ୩୬ ମିନିଟରୁ ଦିନ ୧୦ଟା ମିନିଟ ମଧ୍ୟରେ ଇଷ୍ଟ ଦେବା ଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ । ପରେ ବଲାଙ୍ଗିର ଜିଲ୍ଲାର ଲୋକେ ନୂଆ ଖାଇବେ ବୋଲି ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି । ଏନେଇ ଶୈଳଶ୍ରୀ ପ୍ୟାଲେସରେ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାସଭାର ସଦସ୍ୟଙ୍କୁ ନେଇ ଲଗ୍ନ ସ୍ଥିର କରାଯାଇଛି ।










