ଭୁବନେଶ୍ୱର : ସିନ୍ ରିକ୍ରିଏସନ କଲା ପତ୍ନୀହନ୍ତା । କେମିତି କରିଥିଲା ନିଜ ପତ୍ନୀଙ୍କୁ ହତ୍ୟା, ବର୍ଣ୍ଣନା କଲା । ରାଜଧାନୀରେ ପତ୍ନୀଙ୍କୁ ହତ୍ୟାକରି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ ଘଟଣା । ହସ୍ପିଟାଲରୁ ସୁସ୍ଥ ହେବାପରେ ସ୍ବାମୀ ଦିପକକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୁଲିସ । ଅଭିଯୁକ୍ତ ସ୍ୱାମୀ ଦୀପକକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୁଲିସ । ଯେଉଁ ବ୍ଲେଡ୍ରେ ମହିଳାଙ୍କ ଶିରା କାଟିଥିଲେ ତାକୁ ଜବତ କରାଯାଇଛି ।ସିନ୍ ରିକ୍ରିଏସନ୍ ସମୟରେ କିଭଳି ପତ୍ନୀ ମୋନିକାଙ୍କୁ ହତ୍ୟା କରିଥିଲା ତାର ଡେମୋ ଦେଖାଇଛି ଅଭିଯୁକ୍ତ । ୨୦୧୯ରେ ବୈଦିକ ରୀତିରେ ଦୀପକ ମୋନିକାକୁ ବିବାହ କରିଥିଲେ। ଗତ ଦୁଇ ବର୍ଷ ଧରି ଦୁହେଁ ଅଲଗା ରହୁଥିଲେ ।










