ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ ହଟାଯିବା ଘଟଣାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂସଦୀୟ କମିଟି ମେଟା ସିଇଓ ମାର୍କ ଜୁକରବର୍ଗ ଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୩ ଦିନର ଅଲ୍ଟିମେଟମ ଦେଇଛି । ଭାଜପା ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି କହିଛି ଯେ, ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଡିଲିଟ କରିବା ଗଣତନ୍ତ୍ର ଉପରେ ଆକ୍ରମଣ । କମିଟି ଚେତାବନୀ ଦେଇଛି ଯେ, ଯଦି ଫେସବୁକ ଏହି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନନିଏ, ତେବେ କମ୍ପାନୀର ସୁରକ୍ଷା କବଚ ପ୍ରତ୍ୟାହାର କରାଯିବ । ଏହାଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଅଧିକାରୀଙ୍କ ବିରୋଧରେ ସିଧାସଳଖ ଏଫଆଇଆଇର ରୁଜୁ କରିବା ପାଇଁ ବାଟ ଫିଟିଯିବ । ସୂଚନା ଯୋଗ୍ୟ ଜୁଲାଇ ୨୩ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ପ୍ରକାଶ ବିରୋଧରେ ଜେନ-ଜି ଯୁବପିଢିଙ୍କୁ ଏକ ସେଲଫି ଭିଡିଓ ବାର୍ତ୍ତା ଦେଇଥିଲେ , ଯାହାକୁ ଫେସବୁକରେ ର ସାମୟିକ ଭାବେ ହଟାଯାଇଥିଲା । ପ୍ରବଳ ବିରୋଧ ପରେ ମେଟା ଏହାକୁ ପୁନଃସ୍ଥାପିତ କରି ବୈଷୟିକ ତ୍ରୁଟି ବୋଲି କହିଥିଲା । ମାତ୍ର କେନ୍ଦ୍ର ସରକାର ଏହି ସଫେଇକୁ ଅଗ୍ରାହ୍ୟ କରିଛନ୍ତି ।










