କଟକ: ରେଭେନ୍ସା ଚିଫ ୱାର୍ଡେନ-କଟକ ସଦର ବିଧାୟକ ବିବାଦ ଘଟଣା । ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ସଦର ବିଧାୟକ ପ୍ରକାଶ ସେଠୀ । ଚିଠିରେ ବିଧାୟକ ପ୍ରକାଶ ସେଠୀ ଚିଫ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଦାବି କରିଛନ୍ତି । ଆହୁରି ଲେଖିଛନ୍ତି, ହଷ୍ଟେଲ ଛାତ୍ର ଧାରଣା ଦେବା ଖବର ଶୁଣି ରେଭନ୍ସାକୁ ଯାଇଥିଲି । ସିନେଟ ମେମ୍ବର ଭାବେ ବିଶ୍ୱବିଦ୍ୟାଳୟକୁ ଯାଇଥିଲି । ମୁଁ ଚାହୁଁଥିଲି ଉଭୟ ପକ୍ଷ ବସି ସମାଧାନ ହେଉ । ସେଠାରେ ତାଙ୍କୁ ଚିଫ ୱାର୍ଡେନ ଦୁର୍ବ୍ୟବହାର କରିଥିବା ଉଲ୍ଲେଖ କରିଛନ୍ତି । ଲୋକ ପ୍ରତିନିଧିଙ୍କୁ ସର୍ବ ସମ୍ମୁଖରେ ଦୁର୍ବ୍ୟବହାର କରିଥିବାରୁ ଆକ୍ସନ ପାଇଁ ଦାବି କରିଛନ୍ତି ।
ସୂଚନା ଥାଉକି ସୋମବାର ଦିନ ଆନ୍ଦୋଳନକୁ ଓହ୍ଲାଇଥିଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ଶତାଧିକ ଛାତ୍ର । କେବଳ ଅନଶନ ନୁହେଁ ବରଂ ହଷ୍ଟେଲ ଆଗରେ ଅହୋରାତ୍ର ଧାରଣାରେ ବସି ଥିଲେ ଇଷ୍ଟ ହଷ୍ଟେଲ ଅନ୍ତେବାସୀ । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ଛାତ୍ରମାନେ ।ସେମାନଙ୍କ ଅଭିଯୋଗ କରିଥିଲେ ଯେ, ହଷ୍ଟେଲର ଡେପୁଟି ୱାର୍ଡେନ ମନମାନି ଚଳାଇଛନ୍ତି । ଅଚାନକ ହଷ୍ଟେଲକୁ ଆସି, ମନଇଚ୍ଛା ପିଲା ମାନଙ୍କୁ ବାହାର କରିଦେଇ ଘରେ ତାଲା ପକାଇ ଦେଉଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଛାତ୍ରମାନେ ଆନ୍ଦୋଳନ ଚଳାଇଛନ୍ତି ।










