30 C
Bhubaneswar
Tuesday, August 4, 2026
Homeଓଡିଶାବିଭିନ୍ନ ଅନୁଷ୍ଠାନ ସହ ସ୍ୱାସ୍ଥ୍ୟ ବିଭାଗର ୧୦ ଗୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ

ବିଭିନ୍ନ ଅନୁଷ୍ଠାନ ସହ ସ୍ୱାସ୍ଥ୍ୟ ବିଭାଗର ୧୦ ଗୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଗୁଜୁରାଟର ଆଇ-ହବ , ଅନ୍ତରା ଫାଉଣ୍ଡେସନ, ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥାନ, ଅଦାନୀ ଗ୍ରୁପର ସେବାଦାନ ଆରୋଗ୍ୟ ଫାଉଣ୍ଡେସନ, ହେଲଥ ସିଷ୍ଟମ ଟ୍ରାଂସଫରମେସନ ପ୍ଲାଟଫର୍ମ, ଏମ୍ସ ଦିଲ୍ଲୀର ସେଣ୍ଟର ଫର ଏମେରଜେନ୍ସି ଏବଂ ଟ୍ରମା କେୟାର, କୋଚିର ଅମ୍ରିତା ହସ୍ପିଟାଲର ପେଡିଆଟ୍ରିକ କାର୍ଡିଆକ କେୟାର, କ୍ୟୁ।ଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆର ଏନଏବିଏଲ ମାନ୍ୟତା ପ୍ରାପ୍ତ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ/ଜିଲ୍ଲା ମୁଖ୍ୟ ହସ୍ପିଟାଲ ଲ୍ୟାବ, ଆଇଏଫସି ଦ୍ଵାରା ସାଇଣ୍ଟିଫିକ ଡ୍ରଗ ୱେରହାଉସିଂ ଏଗ୍ରିମେଣ୍ଟ ନେଟୱାର୍କ୍, ଟାଟା ଷ୍ଟିଲ ଫାଉଣ୍ଡେସନ, କୈବଲ୍ୟ ଏଜୁକେଶନ୍ ଫାଉଣ୍ଡେସନ ଫର ପ୍ରୋଜେକ୍ଟ ସ୍ଵସ୍ଥ ସହ ଆଜି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଅଛି ।
“ସ୍ୱାସ୍ଥ୍ୟ ବିଭାଗ ପାଇଁ ଆଜି ଐତିହାସିକ ଦିନ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସ୍ୱାସ୍ଥ୍ୟ ବିଭାଗ ଆଜି ବିଭିନ୍ନ ଅନୁଷ୍ଠାନ ସହ ୧୦ ଗୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି” । ସମସ୍ତ ବୁଝାମଣା ପତ୍ର ବିଭାଗର ବିଭିନ୍ନ ଦିଗରେ ସେବା ଯୋଗାଇବାକୁ ସ୍ୱାକ୍ଷରିତ କରିଛନ୍ତି ବୋଲି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ ”ଏଥିରେ ଏମ୍ସ ଦିଲ୍ଲୀ ଟ୍ରମାକେୟାର ସେଣ୍ଟର ସହ ଯେଉଁ ବୁଝାମଣା ହୋଇଛି ସେଥିରେ ଜିଲ୍ଲା ମୁଖ୍ୟାଳୟର କୌଣସି ମେଡ଼ିକାଲ କଲେଜକୁ ଟ୍ରମା କେୟାର ଉତ୍କର୍ଷ କେନ୍ଦ୍ରରୂପେ ଗ୍ରହଣ କରାଯିବ ଏବଂ ରାଜ୍ୟର ଟ୍ରମା କେୟାରକୁ ଉନ୍ନତ କରାଯିବାକୁ ବ୍ୟବସ୍ଥା କରାଯିବ । ସେହିପରି ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥାନ ଓଡ଼ିଶାରେ ଭାରତୀୟ ଜ୍ଞାନ କୌଶଳରେ ତିଆରି ଔଷଧ ଏବଂ ଆୟୁବୈଦିକ ଚିକିତ୍ସା ପଦ୍ଧତିକୁ ଆଗକୁ ନେବାକୁ ବ୍ୟବସ୍ଥା କରିବେ । ଗୁଜୁରାଟର ଆଇ-ହବ ଦ୍ଵାରା ମେଡ଼ିକାଲ ଶିକ୍ଷାରେ ଷ୍ଟାର୍ଟ ଅପ , ନବସୃଜନ(innovation), ଶିକ୍ଷାଦାନ ପ୍ରଣାଳୀକୁ ଉନ୍ନତ କରିବାକୁ ସମସ୍ତ ବ୍ୟବସ୍ଥା କରାଯିବ । କ୍ୟୁ।ଲିଟି କଣ୍ଟ୍ରୋଲ ଦ୍ଵାରା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଏବଂ ଉପଖଣ୍ଡ ହସ୍ପିଟାଲରେ ଥିବା ଲ୍ୟାବ ଗୁଡିକ ଏନଏବିଏଲ ମାନ୍ୟତା ଦ୍ଵାରା ଲ୍ୟାବ ଗୁଡିକ ମାନ ବଢିବ । ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏହା ଦ୍ଵାରା ଲୋକଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଏବଂ ଡାକ୍ତରୀ ଶିକ୍ଷାକୁ ଆଗକୁ ନେବା ପାଇଁ ସରକାରଙ୍କ ତରଫରୁ ଏହା ବଡ ପଦକ୍ଷେପ । ସେହିପରି ସେବାଦାନ ଫାଉଣ୍ଡେସନ ଦ୍ଵାରା ରାଜ୍ୟର ଛଅଟି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଶ୍ରାମଗୃହ ପ୍ରତିଷ୍ଠା ହେବ ଏବଂ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ସୁରକ୍ଷିତ ଓ ସୁବିଧାଜନକ ରହଣି ବ୍ୟବସ୍ଥାର ଲାଭ ପାଇବେ । ଦୁର୍ଗମ ଅଂଚଳରେ ଛୋଟ ପିଲାଙ୍କ ହୃଦ ରୋଗ ଯାଞ୍ଚ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ହେବ, ଅମୃତା ହସ୍ପିଟାଲ୍, କୋଚି ସହ ହୋଇଥିବା ଚୁକ୍ତି ଅନୁଯାୟୀ ଓଡ଼ିଶାର ଜନ୍ମରୁ ଥିବା ହୃଦ୍‌ରୋଗ (CHD) ଆକ୍ରାନ୍ତ ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର, ଇଣ୍ଟରଭେନ୍ସନାଲ୍ କାର୍ଡିଆକ୍ ଚିକିତ୍ସା, ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଏବଂ ଫଲୋ-ଅପ୍ ସେବା ଯୋଗାଇ ଦିଆଯିବ । , ବିଶ୍ୱ ବ୍ୟାଙ୍କ ଗ୍ରୁପର ସଦସ୍ୟ ଆନ୍ତର୍ଜାତୀୟ ଅର୍ଥ ନିଗମ (IFC) ସହିତ ରାଜ୍ୟସ୍ତରୀୟ ଜଳବାୟୁ-ସ୍ମାର୍ଟ ଔଷଧ ଗୋଦାମ ନେଟୱାର୍କ ବିକାଶ, ପ୍ରୋଜେକ୍ଟ ସ୍ଵସ୍ଥ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ କୈବଲ୍ୟ ଶିକ୍ଷା ଫାଉଣ୍ଡେସନ୍ ସହ ଗୁରୁତ୍ୱପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷର. ସେବା, ଗବେଷଣା ଓ ଭିତ୍ତିଭୂମିରେ ଉନ୍ନତି ଆଣିବା ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଆଭାଷୀ ମାଧ୍ୟମରେ ଏସସିବି କଟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ମାନସ଼ିକ ସ୍ୱାସ୍ଥ୍ୟ ସଂସ୍ଥା ଭବନ ଦ୍ଵିତୀୟ ମହଲାରେ ଟେଲି-ମାନସ ସେବାର ଉନ୍ନତ ସୁବିଧା ଭିତ୍ତିଭୂମିକୁ ଉଦଘାଟନ କରିଛନ୍ତି । ଏହି ଉନ୍ନତ ସୁବିଧା କେନ୍ଦ୍ର ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ଦୁର୍ଗମ ଅଞ୍ଚଳର ଲୋକମାନେ ଘରେ ରହି ଟେଲିଫୋନ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ, ମନୋବୈଜ୍ଞାନିକ ସହାୟତା ଓ ଆବଶ୍ୟକ ସମୟରେ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ସହଜରେ ପାଇପାରିବେ। ପ୍ରଯୁକ୍ତିର ସଦୁପଯୋଗ ମାଧ୍ୟମରେ ଟେଲି-ମାନସ ସେବାକୁ ଆହୁରି ସୁଦୃଢ଼ କରି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ସମୟୋପଯୋଗୀ ମାନସିକ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ସହଜ ହେଉଛି । ଆଜି ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ., ଜାତୀୟ ସ୍ୱାସ୍ଥ୍ୟ ମିଶନ ଏମ୍ଡ଼ି ଡ. ବୃନ୍ଦା ଡ଼ି , ସମସ୍ତ ଅନୁଷ୍ଠାନର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking