33.3 C
Bhubaneswar
Monday, August 3, 2026
Homeଓଡିଶାପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟଙ୍କ ସାମୟିକ ଆଶ୍ୱସ୍ତି

ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟଙ୍କ ସାମୟିକ ଆଶ୍ୱସ୍ତି

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆସିଛି ଏକ ବଡ଼ ଆଇନଗତ ବିକାଶ । ମାମଲାରେ ଅଭିଯୁକ୍ତ ଥିବା ୪ ଜଣଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବାବେଳେ, ସେହି ଆବେଦନର ଶୁଣାଣି କରି ହାଇକୋର୍ଟ ସେମାନଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ୪ ଅଭିଯୁକ୍ତଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଫଳରେ ତଦନ୍ତ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଅଭିଯୁକ୍ତମାନେ ଅସ୍ଥାୟୀ ଭାବେ ଆଇନଗତ ସୁରକ୍ଷା ପାଇଛନ୍ତି ।ସୂଚନାଯୋଗ୍ୟ ଯେ, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଦାୟିତ୍ୱ ନିର୍ଦ୍ଧାରଣ ଓ ଆଇନଗତ ପଦକ୍ଷେପ ପାଇଁ ମାମଲା ରୁଜୁ ହୋଇଥିଲା । ଏହାପରେ ମାମଲାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking