33.3 C
Bhubaneswar
Monday, August 3, 2026
Homeଓଡିଶା୫ ଲକ୍ଷ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ

୫ ଲକ୍ଷ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ

ଭୁବନେଶ୍ୱର:  ଦିବ୍ୟାଙ୍ଗଙ୍କ ପାଇଁ ବଦଳିଲା ଗାଇଡଲାଇନ୍ । ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି । ପୂର୍ବରୁ ୨ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ମିଳୁଥିଲା ଯୋଜନାର ସୁଫଳ । ରାଜ୍ୟ ସରକାର ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ସଂଶୋଧନ କରିଛନ୍ତି । ପରିବାରର ବାର୍ଷିକ ଆୟ ସୀମାକୁ ବୃଦ୍ଧି କରାଯାଇଛି । ଯାହାଫଳରେ ରାଜ୍ୟରେ ଅନେକ ଭିନ୍ନକ୍ଷମ ପରିବାରକୁ ଏହି ଯୋଜନାରେ ପ୍ରତ୍ୟକ୍ଷ ଲାଭ ମିଳିପାରିବ । ଏଣିକି ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରଗୁଡ଼ିକୁ ସମ୍ପୂର୍ଣ୍ଣ ମାଗଣାରେ ସହାୟକ ଉପକରଣ ମିଳିବ ।ସେହିପରି ଯେଉଁ ପରିବାରର ବାର୍ଷିକ ଆୟ ୫ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ଥିବ ସେମାନଙ୍କୁ ଭିନ୍ନକ୍ଷମ ଉପକରଣର ମୋଟ ମୂଲ୍ୟର ମାତ୍ର ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ । ଆଉ ୧୦ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ପରିବାରଗୁଡ଼ିକୁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ ହେବ ବୋଲି ଉଲ୍ଲେଖ ରହିଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking