33.8 C
Bhubaneswar
Monday, August 3, 2026
Homeଓଡିଶାପାତ୍ରପଡ଼ା ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ପାତ୍ରପଡ଼ା ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ପାତ୍ରପଡ଼ା ନିକଟରେ ଥିବା ଏକ ତୁଳା ଭର୍ତ୍ତି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସକାଳ ପ୍ରାୟ ୯ଟା ସମୟରେ ଗୋଦାମରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ତେବେ ତୁଳା ଅତ୍ୟନ୍ତ ଦହନଶୀଳ ହୋଇଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆସିନାହିଁ ।ନିଆଁ ଲିଭାଇବା ପାଇଁ ୧୦ରୁ ଅଧିକ ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଛନ୍ତି। ଘଣ୍ଟା ଘଣ୍ଟା ଧରି ଚାଲିଛି ଅଗ୍ନି ନିର୍ବାପନ ପ୍ରକ୍ରିୟା। ଗୋଦାମ ଭିତରେ ଥିବା ତୁଳା ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବାରେ ଅଗ୍ନିଶମ କର୍ମଚାରୀମାନେ ବେଶ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ନିରୀକ୍ଷଣ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, କ୍ଷୟକ୍ଷତିର ଆକଳନ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ପରେ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking