34.4 C
Bhubaneswar
Saturday, August 1, 2026
Homeଓଡିଶାସମ୍ବଲପୁରୀ ଦିନ୍ ଅବସରରେ ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ରାଜ୍ୟପାଳ

ସମ୍ବଲପୁରୀ ଦିନ୍ ଅବସରରେ ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ରାଜ୍ୟପାଳ

ଭୁବନେଶ୍ୱର : ଆଜି ହେଉଛି ସମ୍ବଲପୁର ଦିନ୍ । ଏହି ଅବସରରେ ଓଡିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି, ସମ୍ବଲପୁରୀ ଦିନ ଅଗଷ୍ଟ ୧ ତାରିଖ ଉଧେ ମୁଇଁ ସମ୍ବଲପୁର ତଥା ପଶ୍ଚିମ ଓଡିଶାବାସୀଙ୍କୁ ଇ ମହାନ ପରମ୍ପରା, ଲୋକଗୀତ, ଲୋକନାଚ, ଭାଷା ସଂସ୍କୃତି ର ଉତ୍ତରୋତ୍ତର ସମୃଦ୍ଧି କାମନା କରି କରି ଶୁଭେଚ୍ଛା ଜ୍ଞାପନ କରୁଛେଁ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ସମ୍ବଲପୁରୀ ଦିନ ତଥା ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆମର ସମ୍ବଲପୁରୀ ଭାଷା, ସଂସ୍କୃତି , ଲୋକକଳ. ଲୋକଗୀତ, ନୂତ୍ୟ, ହସ୍ତତନ୍ତ ବୁଣାକାର୍ଯ୍ୟ ଓ ପରମ୍ପରା ଆମର ଗୌରବ ଏବଂ ପରିଚୟ । ପିଢି ପରେ ପିଢି ଧରି ଏହି ସମୃଦ୍ଧ ଐତିହ୍ୟ ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏବଂ ସାରା ବିଶ୍ୱରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆସନ୍ତୁ ଏହି ଅବସରରେ ଆମର ଐତିହ୍ୟ, ଆମର ଗୌରବ ଓ ଆମର ପରିଚୟକୁ ଆହୁରି ସମୃଦ୍ଧ କରିବାର ସଂକଳ୍ପ ନେବା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି, ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର୍ ବାଟ୍ କାଢୁଆଲ୍ ସ୍ୱର୍ଗତ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଆଜ୍ଞା ଙ୍କର୍ ଜନମ୍ ଦିନ୍ “ସମ୍ବଲପୁରୀ ଦିନ୍” ଅବ୍‌ସର୍ ଥି ସମ୍’ଙ୍କୁ ଗୁର୍ଦ୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ । “ସମ୍ବଲପୁରୀ ଦିନ୍‌”ର ମୂଲ୍ କଥା ହେଉଛେ, ନିଜର୍ ଭାଷା, ନିଜର୍ ସାହିତ୍ୟ, ନିଜର୍ ସଂସ୍କୃତି କେ ନେଇ କରି ଗର୍ବିତ୍ ପରିଚଏ ବନାବାର୍ ପ୍ରୟାସ୍ । ଆସୁନ୍‌, ଆମେ ସଭେ ମିଶିକରି ଇ ମହାନ୍ ସାଂସ୍କୃତିକ ପୁରା ଦୁନିଆ ଥି ପ୍ରଚାର୍‌-ପ୍ରସାର୍ କର୍‌ମା । ମାଁ ସମ୍‌ଲେଇକଁର୍ ଆଶୀର୍ବାଦ୍ ‘ସଭିଁକଁର୍ ଉପ୍‌ରେ ସଦାବେଲେ ଥାଉ, ଇଟା ହିଁ ମୋର୍ କାମନା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ସମ୍ବଲପୁରୀ ଦିନ୍ ଅବ୍‌ସର୍ ଥି ସମ୍’ଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଇ ମହାନ ଦିନରେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର୍ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ। ଜୟ ମା’ ସମଲେଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking