28.3 C
Bhubaneswar
Friday, July 31, 2026
Homeଓଡିଶାଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହର ନିକଟସ୍ଥ ବାରିଣୀପୁଟ ଯୋଜନା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଦ୍ୟାଳୟର ଦଶମ ଶ୍ରେଣୀର ଜଣେ ଛାତ୍ର ମହେଶ ବାଘଙ୍କୁ ଛୁରିରେ ଆକ୍ରମଣ କରାଯିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ବିଦ୍ୟାଳୟ ଓ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟିପଡୁଛି।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟରେ ଘଟଣା ଘଟିଛି। ସେହି ସମୟରେ ଗତବର୍ଷ ବିଦ୍ୟାଳୟରୁ ପାସ୍‌ଆଉଟ୍ ହୋଇଥିବା ଜଣେ ପୂର୍ବତନ ଛାତ୍ର ରାଜକୁମାର ଶ୍ରେଣୀଗୃହକୁ ଆସି ମହେଶ ବାଘଙ୍କୁ ବାହାରକୁ ଡାକିଥିଲେ। ପରେ ତାଙ୍କୁ ଛୁରିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏହାର ପ୍ରକୃତ କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking