28.9 C
Bhubaneswar
Friday, July 31, 2026
Homeଓଡିଶାବର୍ଷା ବିତ୍ପାତ: ଜାତୀୟ ରାଜପଥ ୫୯ ବନ୍ଦ

ବର୍ଷା ବିତ୍ପାତ: ଜାତୀୟ ରାଜପଥ ୫୯ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ ଅଞ୍ଚଳ ତଥା ଉପରମୁଣ୍ଡରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ନେଇ ରାୟପୁର ବ୍ରହ୍ମପୁର ଜାତୀୟ ରାଜପଥ ୫୯ର ଟିଟିଲାଗଡ଼ ବେଲଗାଁ ରାସ୍ତାର ତରାସିଂହା ନିକଟରେ ତେଲନଦୀ ଜଳ ପ୍ରବାହିତ ହୋଇ ଆଜି ସକାଳୁ ରାସ୍ତା ବନ୍ଦ ରହିଛି। ଏନେଇ ରାସ୍ତାର ଉଭୟ କଡରେ ଶତାଧିକ ଯାତ୍ରୀବାହି ସମେତ ଅନ୍ୟ ଯାନବାହାନ ଅଟକି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟିଟିଲାଗଡ଼ ଉପଜିଲାପାଳ ପଦ୍ମନାଭ ସାମନ୍ତରାୟ, ତହସିଲଦାର ଶଙ୍କର ବାଗ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତେଲ ନଦୀର ଜଳ ସ୍ତର ଆହୁରି ବୃଦ୍ଧି ପାଇବାକୁ ଲାଗି ଥିବା ବେଳେ ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନ ବିଶେଷ ସତର୍କତା ଆପଣାଇଛି। ଅନ୍ୟପକ୍ଷରେ ଟିଟିଲାଗଡ଼ ବ୍ଲକରେ ପ୍ରବାହିତ ଉନ୍ଦେର ନଦୀର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଗତକାଲି ରାତ୍ରି ଠାରୁ ଅଦ୍ୟାବଧି ପ୍ରୟାସ ଜାରୀ ରଖିଥିବା ଅଗ୍ନିଶମ ଅଧିକାରୀ ରାଧେଶ୍ୟାମ ବାରିକ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking