28.3 C
Bhubaneswar
Wednesday, July 29, 2026
Homeଓଡିଶାଆଗାମୀ ୩ ବର୍ଷରେ ଗାଁ ରେ ପହଞ୍ଚିବ ଅପ୍ଟିକାଲ ଫାଇବର ଇଣ୍ଟରନେଟ

ଆଗାମୀ ୩ ବର୍ଷରେ ଗାଁ ରେ ପହଞ୍ଚିବ ଅପ୍ଟିକାଲ ଫାଇବର ଇଣ୍ଟରନେଟ

ରାଜ୍ୟର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ବଡ଼ ପଦକ୍ଷେପ: ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଏକ ଐତିହାସିକ ପଦକ୍ଷେପ ସ୍ଵରୂପ ରାଜ୍ୟର ୬,୭୯୯ଟି ଗ୍ରାମ ପଞ୍ଚାୟତକୁ ଆଇପି ଏମ୍ପିଏଲଏସ ପ୍ରଯୁକ୍ତି ସହ ରିଂ ଟୋପୋଲୋଜିରେ ଅପଗ୍ରେଡ୍ କରାଯିବ । ଗ୍ରାମ ସ୍ତର ପର୍ଯ୍ୟନ୍ତ FTTH (Fiber to the Home) ସଂଯୋଗ ବିସ୍ତାର କରାଯିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ମିଶନରେ “ଭାରତ ନେଟ୍ ପରିଯୋଜନା” ଫେଜ୍-୩ର ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍‌ ଭାବେ ସଶକ୍ତ କରିବା ଦିଗରେ ଭାରତନେଟ୍‌ ପ୍ରକଳ୍ପ ହାଇସ୍ପିଡ ଇଣ୍ଟରନେଟ୍‌ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ନାନ୍ସ ଓ ଡିଜିଟାଲ୍‌ ଅର୍ଥନୀତିକୁ ଗ୍ରାମ ସ୍ତରରେ ଆହୁରି ସୁଦୃଢ କରାଯିବା ପାଇଁ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶରେ ପ୍ରାୟ ୩୩୮୪ କୋଟିଋ ଅଧିକ ଟଙ୍କା ଖର୍ଚ୍ଚ କରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ତତ୍ଵାବଧାନରେ ଏହାକୁ ଆଗାମୀ ୩ ବର୍ଷରେ ଶେଷ କରାଯିବ । ଏହା ଅଧୀନରେ ୫୦ ହଜାରରୁ ଅଧିକ ଗାଁକୁ ଇଣ୍ଟରନେଟ ସେବା ଉପଲବ୍ଧ କରାଯିବ ଏବଂ ଏଥି ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ । ବ୍ଲକକୁ ଗୋଟିଏ ୟୁନିଟ ହିସାବରେ ବ୍ଲକ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ, ସେଠାରୁ ପଞ୍ଚାୟତକୁ ଯୋଡି ପଞ୍ଚାୟତ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର କରାଯିବ ଓ ପଞ୍ଚାୟତରୁ ଗାଁ ର ଘରକୁ ଘର ସଂଯୋଗ କରାଯିବ । ଏହି ବ୍ୟବସ୍ଥାରେ ପ୍ରତ୍ୟେକ ବ୍ଲକକୁ ଡାଟା ଏକ୍ସଚେଞ୍ଜ ସେଣ୍ଟର ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଏକ ଡାଟା ଏକ୍ସଚେଞ୍ଜ ସେଣ୍ଟର ଭାବେ ବିକଶିତ କରାଯିବ । ସରକାରଙ୍କ ସଂକଳ୍ପ ପତ୍ର ଅନୁସାରେ ଆଜି ଡିଜିଟାଲ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା, ଉନ୍ନତ ପ୍ରଯୁକ୍ତିର ପ୍ରସାର ଏବଂ ନାଗରିକମାନଙ୍କୁ ଉନ୍ନତମାନର ଡିଜିଟାଲ୍ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେବା ନିଶ୍ଚିତ ରୂପେ ବାସ୍ତବ ରୂପ ନେଇଛି ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।

ପ୍ରଥମ ବୁଝାମଣା ପତ୍ରଟି ଓଡ଼ିଶାରେ ସଂଶୋଧିତ ଭାରତନେଟ୍ (BharatNet) କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଡିଜିଟାଲ୍ ଭାରତ ନିଧି (Digital Bharat Nidhi-DBN), ଇଲେକ୍ଟ୍ରୋନିକ୍ସ ଓ ଆଇଟି (E&IT) ବିଭାଗ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ (DoT) ଏବଂ ବିଏସଏନଏଲ ମଧ୍ୟରେ ତ୍ରିପକ୍ଷୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ସହିତ ଉଦୀୟମାନ ପ୍ରଯୁକ୍ତି, ଗବେଷଣା ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ସି-ଡ୍ୟାକ୍ (C-DAC) ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସହଯୋଗ ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା (AI), ସାଇବର ସୁରକ୍ଷା (Cyber Security) କ୍ଷେତ୍ର ସହ ନାଗରିକ ସେବା ଅଧିକ ଦ୍ରୁତ, ପାରଦର୍ଶୀ, ସୁରକ୍ଷିତ ଓ ସୁଗମ ସରକାରୀ ସେବା ଯୋଗାଇବାରେ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ଦୁଇଟି ବୁଝାମଣା ପତ୍ର ରାଜ୍ୟର ଡିଜିଟାଲ୍ ପରିବର୍ତ୍ତନକୁ ନୂତନ ଗତି ପ୍ରଦାନ କରିବା ସହିତ ଓଡ଼ିଶାକୁ ଏକ ଆଧୁନିକ, ସଂଯୋଜିତ ଏବଂ ପ୍ରଯୁକ୍ତି-ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking