28.3 C
Bhubaneswar
Wednesday, July 29, 2026
Homeଦେଶ ବିଦେଶଅଗଷ୍ଟରୁ ବଢ଼ିବ ଦରଦାମ : ସବୁ ହେବ ମହଙ୍ଗା

ଅଗଷ୍ଟରୁ ବଢ଼ିବ ଦରଦାମ : ସବୁ ହେବ ମହଙ୍ଗା

ନୂଆଦିଲ୍ଲୀ:  ଅଗଷ୍ଟ ୧ ତାରିଖରୁ ସାଧାରଣ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି ମହଙ୍ଗା ମାଡ଼ । ରୋଷେଇ ଘରଠାରୁ ଆରମ୍ଭ କରି ଗ୍ୟାରେଜ ପର୍ୟ୍ୟନ୍ତ ବ୍ୟବହୃତ ଅନେକ ଜରୁରୀ ସାମଗ୍ରୀର ଦର ବୃଦ୍ଧି ପାଇବ । ଦୈନନ୍ଦିନ ବ୍ୟବହାରର ଏଫଏମସିଜି  ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ସ୍ମାର୍ଟଫୋନ୍, କାର୍ ଓ ପୋଷାକ ଭଳି ବିଭିନ୍ନ କ୍ଷେତ୍ରରେ କମ୍ପାନିଗୁଡ଼ିକ ପର୍ୟ୍ୟାୟକ୍ରମେ ମୂଲ୍ୟ ବଢ଼ାଇବାକୁ ଯୋଜନା କରିଛନ୍ତି ।ଚାହା, ଖାଇବା ତେଲ, ସାବୁନ, ଡିଟରଜେଣ୍ଟ ସମେତ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ୬ରୁ ୮ ପ୍ରତିଶତ ପର୍ୟ୍ୟନ୍ତ ବଢ଼ିପାରେ । ସେହିପରି ରେଫ୍ରିଜରେଟର, ୱାସିଂ ମେସିନ୍ ଓ ଟେଲିଭିଜନ ଭଳି ଘରୋଇ ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟ ୪ରୁ ୬ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତ କିଛି ମାସ ଧରି ମେମୋରି ଚିପ୍‌ର ଦର ବହୁଗୁଣ ବଢ଼ିଥିବାରୁ ସ୍ମାର୍ଟଫୋନ୍‌ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ।ଅଟୋମୋବାଇଲ କ୍ଷେତ୍ରରେ ମଧ୍ୟ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । କାର୍ ନିର୍ମାତା କମ୍ପାନିଗୁଡ଼ିକ ପର୍ୟ୍ୟାୟକ୍ରମେ ମୂଲ୍ୟ ବୃଦ୍ଧି କରୁଛନ୍ତି । ବିଶେଷକରି ମାରୁତି ସୁଜୁକି ୩୦ ଅଗଷ୍ଟରୁ ବିଭିନ୍ନ ମଡେଲ୍‌ର ଦର ସର୍ବାଧିକ ୩୦ ହଜାର ଟଙ୍କା ପର୍ୟ୍ୟନ୍ତ ବଢ଼ାଇବାକୁ ଘୋଷଣା କରିଛି । ହୋଣ୍ଡା କାର୍ସ ଓ ମର୍ସିଡିଜ୍-ବେଞ୍ଜ ମଧ୍ୟ ଆଗାମୀ ସପ୍ତାହଗୁଡ଼ିକରେ ନୂଆ ଦର ଲାଗୁ କରିବାକୁ ଯାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking