27.8 C
Bhubaneswar
Tuesday, July 28, 2026
Homeଓଡିଶାସମ୍ ନର୍ସିଂ କଲେଜ ପକ୍ଷରୁ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ...

ସମ୍ ନର୍ସିଂ କଲେଜ ପକ୍ଷରୁ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର: : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ନିକଟରେ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଦିନିକିଆ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫ୍‌ଡିପି) ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭୦ ଜଣ ଫ୍ୟାକଲ୍ଟି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିଲା ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍ କ୍ଷେତ୍ରରେ ଅଧ୍ୟାପକମାନଙ୍କର ଗବେଷଣା ଦକ୍ଷତାକୁ ସୁଦୃଢ଼ କରିବା। ଏହି କାର୍ଯ୍ୟକ୍ରମରେ ଦୁଇଟି ବୈଜ୍ଞାନିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ସିଷ୍ଟମାଟିକ୍ ରିଭ୍ୟୁର ମୌଳିକ ଧାରଣା ସହିତ ଏହାର ଏଭିଡେନ୍ସ-ବେସ୍ଡ ରିସର୍ଚ୍ଚର ଗୁରୁତ୍ୱ, ପାରଂପରିକ ସାହିତ୍ୟ ସମୀକ୍ଷାଠାରୁ ଏହାର ପାଥର୍କ୍ୟ, ପିଆଇସିଓ ଫ୍ରେମ୍‌ୱାର୍କ ଆଧାରରେ ଗବେଷଣା ପ୍ରଶ୍ନ ପ୍ରସ୍ତୁତି, ପ୍ରୋଟୋକଲ୍ ବିକାଶ, ସାହିତ୍ୟ ସନ୍ଧାନ କୌଶଳ ଏବଂ ପୂର୍ବ ନିର୍ଦ୍ଧାରିତ ଅନ୍ତର୍ଭୁକ୍ତି ଓ ବର୍ଜନ ମାନଦଣ୍ଡ ଆଧାରରେ ଅଧ୍ୟୟନ ଚୟନ ସଂପର୍କରେ ଯୋଗ ଦେଇଥିବା ଫ୍ୟାକଲ୍ଟିମାନଙ୍କୁ ଅବଗତ କରାଯାଇଥିଲା।

ଏହି ଅଧିବେଶନ ପରିଚାଳନା କରିଥିବା ଏମ୍ସ ଭୁବନେଶ୍ୱରର ଶିଶୁରୋଗ ବିଭାଗର ଡ଼ଃ କେତନ କୁମାର ପ୍ରିଜ୍‌ମା (ପ୍ରିଫର୍ଡ ରିପୋଟିଂ ଆଇଟମ୍ସ ଫର୍ ସିଷ୍ଟମାଟିକ୍ ରିଭ୍ୟୁ ଆଣ୍ଡ ମେଟା-ଆନାଲିସିସ୍‌) ନିର୍ଦ୍ଦେଶାବଳୀ, ସିଷ୍ଟମାଟିକ୍ ରିଭ୍ୟୁ ପରିଚାଳନାର ସଂପୂର୍ଣ୍ଣ ପ୍ରକ୍ରିୟା ଏବଂ ଲିଟରେଚର ସନ୍ଧାନ କୌଶଳ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦ୍ୱିତୀୟ ଅଧିବେଶନକୁ ଏମ୍ସ ଭୁବନେଶ୍ୱରର ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର ରଶ୍ମି ରଞ୍ଜନ ଦାସ ପରିଚାଳନା କରିଥିଲେ। ସେ ମେଟା-ଆନାଲିସିସ୍ ଫଳାଫଳର ବ୍ୟାଖ୍ୟା, ରିପୋର୍ଟିଂ ମାନଦଣ୍ଡ, ଗବେଷଣା ପ୍ରକାଶନ କୌଶଳ ଏବଂ ସିଷ୍ଟମାଟିକ୍ ରିଭ୍ୟୁ କରିବା ସମୟରେ ସମ୍ମୁଖୀନ ହେଉଥିବା ସାଧାରଣ ପଦ୍ଧତିଗତ ଆହ୍ୱାନ ସଂପର୍କରେ ଆଲୋଚନା କରିଥିଲେ। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଏଭିଡେନ୍ସ-ବେସ୍ଡ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଉଚ୍ଚମାନର ବୈଜ୍ଞାନିକ ପ୍ରମାଣ ସୃଷ୍ଟି ପାଇଁ ଅଧ୍ୟାପକ ଓ ଗବେଷକମାନଙ୍କୁ ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍ ପଦ୍ଧତି ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ। ଶେଷରେ ଏକ ଆନ୍ତରିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶ ଗ୍ରହଣକାରୀମାନେ ସଫ୍ଟୱେୟାର ବ୍ୟବହାର, ପରିସଂଖ୍ୟାନଗତ ବିଶ୍ଳେଷଣ ଓ ସିଷ୍ଟମାଟିକ୍ ରିଭ୍ୟୁର ପ୍ରକାଶନ ସଂର୍ପକିତ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking