28.3 C
Bhubaneswar
Tuesday, July 28, 2026
Homeଓଡିଶାଛୋଟ ପିଲାଙ୍କ ପାଇଁ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତା ରାଜରାସ୍ତାରେ ସଂଗ୍ରାମ କରିବେ : ଦେଶାଇ

ଛୋଟ ପିଲାଙ୍କ ପାଇଁ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତା ରାଜରାସ୍ତାରେ ସଂଗ୍ରାମ କରିବେ : ଦେଶାଇ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନଠାରେ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ଗଣମାଧ୍ୟମକୁ ଏକ ବିବୃତି ଦେଇ କହିଛନ୍ତି ଯେ, ବିଜେପି ଓଡ଼ିଆ ଅସ୍ମିତା ନାମରେ ସରକାରକୁ ଆସି ବର୍ତ୍ତମାନ ଓଡ଼ିଆଙ୍କ ସମ୍ମାନକୁ ସମସ୍ତ କ୍ଷେତ୍ରରେ ବଦନାମ କରୁଛନ୍ତି lଓଡିଶା ସରକାରଙ୍କ ପାଠ୍ୟ ପୁସ୍ତକ ତ୍ରୁଟି ବିଷୟରେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଲେ ଯେ, ପାଠ୍ୟ ପୁସ୍ତକରେ ମୋଟ 1678 ତ୍ରୁଟି ହେବା ସାଧାରଣ ଘଟଣା ନୁହେଁ, ପୁଣି ପିଲାଙ୍କ ପଢାବହିରେ ଓଡିଶା ବିଧାନସଭା ଫୋଟୋ ସ୍ଥାନରେ କର୍ଣ୍ଣାଟକ ବିଧାନସଭାର, କୋଣାର୍କ ମନ୍ଦିର ସ୍ଥାନରେ ହାମ୍ଫିର ଫୋଟୋ ଆଦି ଛାପିବା ଗୁରୁତର ତ୍ରୁଟି ରହିଛି l ଓଡ଼ିଶାରେ ପ୍ରାୟ 10 ହଜାର ସରକାରୀ ସ୍କୁଲରେ ତାଲା ପଡିଛି l 80 ହଜାର ଶିକ୍ଷକ ପଦବୀ ଖାଲି ପଡିଛି l ସରକାର ସାମାନ୍ୟ କିଛି ପଦକ୍ଷେପ ନେଇ ନିଜ ଦାୟିତ୍ୱ ଶେଷ କରି ଦେଇଛନ୍ତି l ପିଲାଙ୍କ ସାମାନ୍ୟ ବହି ଠିକ ଭାବରେ ଛପେଇ ନ ପାରିବା କଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀ ଦେଶାଇ ପ୍ରଶ୍ନ କରିଛନ୍ତି lକଂଗ୍ରେସର ଆଗାମୀ ପଦକ୍ଷେପକୁ ନେଇ ସେ କହିଛନ୍ତି ଯେ, ଛୋଟ ପିଲା ରାଜରାସ୍ତାକୁ ଆସିବା ଦରକାର ନାହିଁ, ତାହା ବଦଳରେ କଂଗ୍ରେସ ଦଳର କର୍ମକର୍ତ୍ତା ଶିକ୍ଷାର ସଂସ୍କାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ପାଇଁ ସାରା ଓଡ଼ିଶାରେ ଆନ୍ଦୋଳନ କରିବେ ବୋଲି ଶ୍ରୀ ଦେଶାଇ କହିଛନ୍ତି l

ନିଜ ଉକ୍ତିର ପୁନରାବୃତ୍ତି କରି 7 ଦିନ ମଧ୍ୟରେ ଇସ୍ତଫା ନଚେତ ଓଡିଶା ବନ୍ଦ ଡାକରା ହେବ ବୋଲି ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି l ସେ ପୁଣି କହିଛନ୍ତି ଯେ, ଯଦି କର୍ତ୍ତବ୍ୟରେ ଅବହେଳା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଲେ ତେବେ ପାଠ୍ୟ ପୁସ୍ତକରେ ଅକ୍ଷମଣୀୟ ଭୁଲ ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ କାହିଁକି ଦେବେ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି l ଆଜି ସନ୍ଧ୍ୟା 5 ଟାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀନେଇ କଂଗ୍ରେସ ଭବନରୁ ଏକ ବିଶାଳ ପଦଯାତ୍ରା ଲୋକସେବା ଭବନକୁ ଶ୍ରୀ ଦେଶାଇ ଓ ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ଏବଂ କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ପ୍ରତିବାଦ ଯାତ୍ରାରେ ସାମିଲ ହେବେ ବୋଲି ଶ୍ରୀ ଦାସ କହିଛନ୍ତି l
ଏହି ପ୍ରେସ ବିବୃତ୍ତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଓପିସିସି ଉପସଭାପତି (ସଂଗଠନ) ସନ୍ତୋଷ ସିଂ ସାଲୁଜା, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଜଗଦାନନ୍ଦ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking