28.3 C
Bhubaneswar
Tuesday, July 28, 2026
Homeଓଡିଶାଫାଇଲ ହଜିବା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତକୁ କଂଗ୍ରେସର ସମାଲୋଚନା

ଫାଇଲ ହଜିବା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ତଦନ୍ତ କମିସନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ଘଟଣାରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହି ତଦନ୍ତକୁ ମଧ୍ୟ ସମାଲୋଚନା କରିଛନ୍ତି ।ସାଲୁଜା ଅଭିଯୋଗ କରିଛନ୍ତି ଯେ, ସରକାର ପ୍ରକୃତରେ ଚାହୁନାହାନ୍ତି ଯେ ତଦନ୍ତ କମିସନ ରିପୋର୍ଟ ଲୋକଲୋଚନକୁ ଆସୁ । ପୂର୍ବରୁ କ୍ୟାପିଟାଲ ଥାନା ପକ୍ଷରୁ ବରିଷ୍ଠ ଅଧିକାରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ସମନ କରାଯାଇଥିଲା । ଏହି ସ୍ଥିତିରେ ସମସ୍ତେ ଭାବୁଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସମନ କରାଯାଇପାରେ । କିନ୍ତୁ ହଠାତ୍ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ଟେକିଦେବା ସନ୍ଦେହ ସୃଷ୍ଟି କରୁଛି । ସାଲୁଜା କହିଛନ୍ତି, “ସରକାର ତଦନ୍ତକୁ କୋଲ୍ଡ ଷ୍ଟୋରେଜକୁ ପଠାଇବା ପାଇଁ ଯୋଜନା କରିଛନ୍ତି। କ୍ରାଇମବ୍ରାଞ୍ଚ କିଭଳି ତଦନ୍ତ କରେ ତାହା ସମସ୍ତେ ଜାଣିଛନ୍ତି; ରାଜ୍ୟ ସରକାର ଯାହା ଚାହାନ୍ତି କ୍ରାଇମବ୍ରାଞ୍ଚ ସେମିତି ତଦନ୍ତ କରେ ।”ସେ ଆଉ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସରକାର କେବଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କମିସନ ଫାଇଲ ହଜିବା ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଭଳି ଏକ ସମ୍ବେଦନଶୀଳ ଘଟଣାର କମିସନ ଫାଇଲ ସମ୍ପର୍କରେ ସରକାର କାହିଁକି ନୀରବ ଅଛନ୍ତି ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking