ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଅସ୍ଥାୟୀ ଭାବରେ ହଟାଇବା ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ମାଗିଛି। ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁଁ ଭୁଲବଶତଃ ହଟାଇ ଦିଆଯାଇଥିଲା। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ତ୍ରୁଟି ଜଣାପଡ଼ିବା ମାତ୍ରେ ଭିଡିଓଟି ପ୍ଲାଟଫର୍ମରେ ପୁନଃସ୍ଥାପିତ ହୋଇଥିଲା।
ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହି ବିଷୟକୁ ହାଲୁକା ଭାବରେ ନେଇନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭିଡିଓକୁ ହଟାଇବା ପଛର କାରଣ ବୈଷୟିକ ତ୍ରୁଟି କହିବା ସହ କ୍ଷମା ମାଗିଛି ମେଟା। ମେଟାର ବ୍ୟାଖ୍ୟାର ସଠିକତା ବିଷୟରେ ସମ୍ପୃକ୍ତ ବିଭାଗଗୁଡ଼ିକ ତଦନ୍ତ କରୁଛନ୍ତି। ମେଟା ପ୍ରତିନିଧି ଏବଂ ପ୍ରାସଙ୍ଗିକ ଅଧିକାରୀମାନଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ ମଧ୍ୟ କରାଯାଇଛି। ମେଟାର ଗ୍ଲୋବାଲ୍ ମୁଖ୍ୟ ଜୋଏଲ୍ କାପଲାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମନ କରାଯାଇଛି। ଇନ୍ଷ୍ଟାଗ୍ରାମ୍ ମୁଖ୍ୟ ଆଡାମ ମୋସେରୀଙ୍କ ମଧ୍ୟ ହୋଇଛି। ଉଭୟଙ୍କୁ ସମନ ଜାରି କରିଛି ଆଇଟି ମନ୍ତ୍ରାଳୟ। ମେଟାର ଜଣେ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ବିଷୟବସ୍ତୁଟି ଭୁଲବଶତଃ ହଟାଇ ଦିଆଯାଇଥିଲା ଏବଂ ଏବେ ଏହାକୁ ସମ୍ପୂର୍ଣ୍ଣ ପୁନଃସ୍ଥାପିତ କରାଯାଇଛି। କମ୍ପାନୀ ଏହି ଘଟଣା ପାଇଁ ଦୁଃଖ ମଧ୍ୟ ପ୍ରକାଶ କରିଛି।










