ନୂଆଦିଲ୍ଲୀ : ପ୍ରଶ୍ନପତ୍ର ଲିକ ରୋକିବାକୁ ସଂସଦରେ ଆଗତ ହେଲା ବିଲ । ଲୋକସଭାରେ ଆଗତ କଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ -୨୦୨୬ ଆଗତ କରାଯାଇଛି । ବିରୋଧୀ ସଦସ୍ୟଙ୍କ କ୍ରମାଗତ ବାଧା ଏବଂ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ଅଚଳ ରହିଥିଲା । ଏନେଇ ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସୋମବାର ଲୋକସଭା ଏବଂ ରାଜ୍ୟସଭା ଉଭୟରେ କାର୍ଯ୍ୟକାଳ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ।










