33.8 C
Bhubaneswar
Monday, July 27, 2026
Homeଓଡିଶାଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କହିଛନ୍ତି, ରାଜ୍ୟରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଅନେକ ତ୍ରୁଟି ରହିଛି । ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଉଦାହରଣ ସୃଷ୍ଟି କରିବା ଉଚିତ । ମନ୍ତ୍ରୀ ପଦରୁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଉଚିତ । ଗତ ୨ରୁ ୩ ସପ୍ତାହ ହେବ ବିଜେଡି ମଧ୍ୟ ଏହି ଦାବି କରିଆସୁଛି ।ସେପଟେ ଏହାକୁ ନେଇ ନବୀନଙ୍କୁ ଭାଜପା କଡ଼ା ଟାର୍ଗେଟ କରିଛି। ଭାଜପା ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ନିଜ ସରକାର ସମୟରେ ଅନେକ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। କେବଳ ନିଜ ଛବିକୁ ବଞ୍ଚାଇବା ପାଇଁ ମନ୍ତ୍ରୀଙ୍କୁ ନିଲମ୍ବନ କରୁଥିଲେ। ସ୍ଥାୟୀ ସମାଧାନ ପାଇଁ ନବୀନ କଣ ଉଦ୍ୟମ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି। ପୂରା ଭାଜପା ଓ ଏନଡିଏ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking