25.7 C
Bhubaneswar
Saturday, July 25, 2026
Homeଓଡିଶାଇସ୍ତଫା ନିଷ୍ପତ୍ତି ଉଚ୍ଚ ନୀତି ଆଦର୍ଶର ପରିଚୟ: ମୁଖ୍ୟମନ୍ତ୍ରୀ

ଇସ୍ତଫା ନିଷ୍ପତ୍ତି ଉଚ୍ଚ ନୀତି ଆଦର୍ଶର ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ କାର୍ଯ୍ୟକାଳକୁ ନେଇ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା କ୍ଷେତ୍ରରେ ଅନେକ ଐତିହାସିକ ଓ ଦୂରଦର୍ଶୀ ପଦକ୍ଷେପ ନେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି-୨୦୨୦ ଭଳି ଐତିହାସିକ ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିଲା। ଏହି ନୀତି ଦେଶର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବାରେ ସହାୟକ ହୋଇଛି।ସେ ଆହୁରି କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଆଣି ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି। ବୃହତ୍ତର ସାମାଜିକ ହିତ ଓ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ସେ କାର୍ଯ୍ୟ କରିଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।ମୋହନ ମାଝୀ କହିଛନ୍ତି ଯେ, ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚାୟକ। ସେ ଆଶା ପ୍ରକାଶ କରିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ କର୍ମମୟ ଯାତ୍ରା ଆହୁରି ସଫଳ ହେଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking