28.3 C
Bhubaneswar
Wednesday, July 22, 2026
Homeଦେଶ ବିଦେଶଟନେଲ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ଟନେଲ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ସିକ୍କିମ୍ : ସିକ୍କିମରେ ଘଟିଥିବା ଟନେଲ ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି କିଛି ଲୋକ ଫସି ରହିଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା ମଧ୍ୟ ଜାରି ରହିଛି ବୋଲି ମଙ୍ଗଳବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି । ସୂଚନାନୁଯାୟୀ, ସିକ୍କିମର ନାମଚି ଜିଲ୍ଲାରେ ହଠାତ୍ ନିର୍ମାଣଧୀନ ଟନେଲ ଭୁଶୁଡିପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ହୋଇଥିବା ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଟନେଲ ଭୁଶୁଡିବା କାରଣ ଜାଣିବାକୁ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।ପରିସ୍ଥିତି ସମୀକ୍ଷା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking