ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅବେଶନ । ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ ଆଜି ଦିନ ୧୧ଟାରେ ବୈଠକ ବସିବ । ସୁରୁଖୁରୁକେ ସଂସଦ କାର୍ଯ୍ୟଚଲାଇବା ଲାଗି ବୈଠକର ସମସ୍ତ ଦଳର ସାଂସଦଙ୍କୁ ଅନୁରୋଧ କରିପାରନ୍ତି ସରକାର । କାଲିଠୁ ଆସନ୍ତା ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବ । ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିପାରେ । ପ୍ରାୟ ଗୋଟିଏ ମାସ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି । ଟିଏମସିରେ ବିଦ୍ରୋହ, ଡିଏମକେ- କଂଗ୍ରେସ ମଧ୍ୟରେ ଫାଟ ଯୋଗୁଁ ଶାସକ ଏନଡିଏର ସମର୍ଥନ ବୃଦ୍ଧି ପାଇବାର ଆଶା ରହିଛି । ମହିଳା ସଂରକ୍ଷଣ ଓ ଡିଲିମିଟେସନ ସହ ଜଡିତ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ ପୁଣି ମୌସୁମୀ ଅଧିବେଶନ ସମୟରେ ଆସିପାରେ । ପୂର୍ବ ଅଧିବେଶନରେ ଏହି ସମ୍ବିଧାନ ସଂଶୋଧନ ବିଲକୁ ସରକାର ପାରିତ କରିପାରିନଥିଲେ । ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ଏଫସିଆରଏ ବିଲ, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ ଓ ଆଣ୍ଟି ଡପିଂ ବିଲ ମଦ୍ୟ ସଂସଦରେ ଉପସ୍ଥାପିତ କରିପାନ୍ତି ।










