32.1 C
Bhubaneswar
Saturday, July 18, 2026
Homeଓଡିଶାପର୍ବତ ପରି ଓଜନ ହୋଇଯାଇଥିଲା ଟାହିଆ

ପର୍ବତ ପରି ଓଜନ ହୋଇଯାଇଥିଲା ଟାହିଆ

ପୁରୀ : ମହାପ୍ରଭୁଙ୍କ ଟାହିଆ ଖୋଲାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବାଡଗ୍ରାହୀ । ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ରାଜକୁମାର ସ୍ୱାଇଁ ମହାପାତ୍ର ରଖିଲେ ପ୍ରତିକ୍ରିୟା । ସାଧାରଣତଃ ଜଣେ ଦୁଇ ଜଣ ଟାହିଆ ଉଠାଇ ମହାପ୍ରଭୁଙ୍କୁ ଲଗାଇଥାଉ । ଏଥର କିନ୍ତୁ ୭ ଜଣ ମିଶି ବି ଟାହିଆକୁ ଉଠାଇପାରିନଥିଲୁ । ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଯାଇଥିଲା । ୧୦ରୁ ୧୫ ମିନିଟରେ ଟାହିଆ ଉଠାଇବା କଥା, ୪୦ ମିନିଟ ଲାଗିଗଲା । ଆନନ୍ଦ ବଜାର ଗୁମୁଟ ପାଖରେ ଟାହିଆ ଭାଙ୍ଗିଯିବାରୁ ମହାପ୍ରଭୁ ଗୋଟିଏ ପାଖକୁ ଢଳିଗଲେ । ସିଂହଦ୍ୱାର ଗୁମୁଟ ଭିତରେ ମହାପ୍ରଭୁ ରହିଗଲେ, ବାଧ୍ୟ ହୋଇ ଟାହିଆ କାଢିଲୁ । ସୂଚନାଥାଉକି, ଚଳିତ ରଥଯାତ୍ରାରେ ଜଗନ୍ନାଥଙ୍କ ଧାଡି ପହଣ୍ଡିରେ ଆସିବା ବେଳେ ବିନା ଟାହିଆରେ ନନ୍ଦିଘୋଷ ରଥରେ ବିଜେ କରିଥିଲେ । ଯାହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ରାଜ୍ୟ ରଜନୀତି ସରଗରମ ହେବା ସହ ଏହି ଘଟଣାକୁ ନେଇ ବିରୋଧି ସରକାରଙ୍କ ଉପରେ ବର୍ଷିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking