32.1 C
Bhubaneswar
Saturday, July 18, 2026
Homeଦେଶ ବିଦେଶଅଗଷ୍ଟ ୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି !

ଅଗଷ୍ଟ ୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି !

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିପାରନ୍ତି । ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଉଷ୍ମ ପ୍ରସ୍ରବଣ ପର୍ଯ୍ୟଟନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।  ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନଥିଲେ ବି ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ, ଗଞ୍ଜାମ ଏସପି ହରିଶ ବିଶି ଅନ୍ୟ ଅଧିକାରୀଙ୍କ ସହ ତପ୍ତପାଣିରେ ସ୍ଥିତି ପରଖିଛନ୍ତି ।ସ୍ୱାଧୀନତାର ୭୯ ବର୍ଷ ପୂର୍ତ୍ତି ପାଳନ ସହ ତପ୍ତପାଣିର ଉନ୍ନତି ନେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଶେଷ ଆଗମନ କରିପାରନ୍ତି । ସ୍ଥାନୀୟ ଅଞ୍ଚଳର ଜନଜାତିମାନଙ୍କ ସହ ସେ ଭାବ ବିନିମୟ କରିବା ନେଇ ସଂକେତ ମିଳିଛି । ଏ ସମ୍ପର୍କରେ ସରକାରୀ ଭାବେ କୌଣସି ଚୂଡାନ୍ତ ରୂପରେଖ ହୋଇନଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking