26.7 C
Bhubaneswar
Friday, July 17, 2026
Homeଦେଶ ବିଦେଶବଦ୍ରିନାଥ ମନ୍ଦିରରୁ ଦାନ ଚୋରି: ପୂର୍ବ ଅଧିକାରୀ ଗିରଫ

ବଦ୍ରିନାଥ ମନ୍ଦିରରୁ ଦାନ ଚୋରି: ପୂର୍ବ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବଦ୍ରିନାଥ ଧାମରୁ ଦାନ ପାଣ୍ଠି ଚୋରି ମାମଲାରେ ଏସଆଇଟି ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଏସଆଇଟି ତରଫରୁ ବଦ୍ରି କେଦାର ମନ୍ଦିର କମିଟିର ପୂର୍ବ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କରାଯାଇଛି ।ସୂଚନା ମୁତାବକ ରାଜେନ୍ଦ୍ର ସିଂ ଚୌହ୍ୱାନ ଜୁନ ୩୦ ତାରିଖରେ ନିଜ ପଦରୁ ଅବସର ନେଇଥିଲେ । ଅବସର ନେବାର କିଛି ଦିନ ମଧ୍ୟରେ ଏସଆଇଟି ତରଫରୁ ତାଙ୍କୁ ବଦ୍ରିନାଥ ମନ୍ଦିରରୁ ଦାନ ଚୋରି ମାମଲାରେ ଗିରଫ କରାଯାଇଛି । ଏହି ମାମଲାର ଯାଂଚ ଏସଆଇଟି କରୁଛି । ଯାଂଚରୁ ମିଳିଥିବା ତଥ୍ୟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଜେରା କରାଯାଉଛି । ଜେରା ପରେ ଏହି ମାମଲାରେ ଆହୁରି ଅନେକ କିଛି ଖୁଲାସା ହେବ ବୋଲି ଆଶା କରାଯାଉଛି ।ସୋସିଆଲ ମିଡିଆରେ ବଦ୍ରିନାଥ ମନ୍ଦିରରୁ ଦାନଅର୍ଥ ଗଣତି ବେଳେ ଚୋରି ହୋଇଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଭୈରବ ସେନା ନାମରେ ଏକ ସଂଗଠନ ଏନେଇ ଥାନାରେ ଅଭିଯୋଗ କରିବା ପରେ ଯାଂଚ ଆରମ୍ଭ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking