ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ବନକଲାଗି ବେଳେ ପ୍ରଶାସକ ପଶିବାରୁ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଆକ୍ରମଣ ଅଭିଯୋଗ । ଜଣେ ଦତ୍ତ ମହାପାତ୍ର ସେବକଙ୍କୁ ଉଠାଇ ଆଣିଛି ପୋଲିସ । ରଥ ପୂର୍ବରୁ ଏଭଳି ଅଘଟଣକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ବନକଲାଗି ନୀତି ଚାଲିଥିବା ବେଳେ ନୀତି ସମୟକୁ ନେଇ କମାଣ୍ଡର ଓ ଓସଟିଡି ନୀତି ସମ୍ପର୍କରେ କଥା ହେବାକୁ ଭିତରକୁ ଯାଇଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦତ୍ତ ମହାପାତ୍ର ସେବକ ଓ କମାଣ୍ଡର ଠେଲାପେଲା ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ତୁରନ୍ତ ହସ୍ତକ୍ଷେପ କରିଥିଲା । ବୁଝାସୁଝା କରିବା ନିମନ୍ତେ ପୋଲିସ ବନକଲାଗି ସେବକଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ନେଇଯାଇଛି । ତେବେ ଏହି ଘଟଣା ଯୋଗୁଁ ଶ୍ରୀମନ୍ଦିର ଅନ୍ୟ ନୀତିରେ କୌଣସି ପ୍ରକାରର ବ୍ୟାଘାତ ସୃଷ୍ଟି ହୋଇନାହିଁ ବୋଲି ପ୍ରଶାଶନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ନୀତି ନିର୍ଦ୍ଧାରିତ ସମୟରେ ହିଁ ଚାଲିଥିଲା । ରଥଯାତ୍ରା ଆସନ୍ନ ଥିବା ବେଳେ ଏବଳି ଘଟଣା ନ ଘଟିବା ପାଇଁ ସୁରକ୍ଷା ଓ ସମନ୍ୱୟ ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ ବୋଲି କୁହାଯାଇଛି । ପୁଲିସ ପଚରାଉଚରା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।










