ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଯୁବତୀ ଜଣକ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ଏକା ସାଙ୍ଗରେ ୨ ଯୁବକଙ୍କୁ ପ୍ରେମ କରି ଧରାପଡ଼ିବା ପରେ ଜୀବନ ହାରିଛନ୍ତି। ଡମଣାରେ ଛକରେ ରହୁଥିବା ଭଡାଘରେ ଫ୍ୟାନରେ ଝୁଲି ପଡ଼ିଛନ୍ତି ଯୁବତୀ। ଖବର ପାଇ ଚନ୍ଦ୍ରଶେଖର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।










