ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବତୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି କରିଛି । ମୃତ ଯୁବତୀ ଜଣକ ବଡବଜାର ଥାନା ଅନ୍ତର୍ଗତ ଶାନ୍ତିନଗର ଅଞ୍ଚଳର ରାଜେଶ୍ୱରୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ରାଜେଶ୍ୱରୀ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଗତକାଲି ସେ ହଠାତ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ତେବେ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଉଥିଲା । ଦୁର୍ଭାଗ୍ୟବଶତଃ କଟକ ନେଉଥିବା ସମୟରେ ବାଟରେ ହିଁ ରାଜେଶ୍ୱରୀଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଶାନ୍ତିନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










