27.6 C
Bhubaneswar
Tuesday, July 14, 2026
Homeଓଡିଶା୭ ବିଭାଗରେ ୧୩ ପ୍ରସ୍ତାବରେ କ୍ୟାବିନେଟ୍ ମୋହର୍

୭ ବିଭାଗରେ ୧୩ ପ୍ରସ୍ତାବରେ କ୍ୟାବିନେଟ୍ ମୋହର୍

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି। ଗ୍ରାମ୍ୟ ସଡ଼କ ଭିତ୍ତିଭୂମି ବିକାଶକୁ ଅଧିକ ଫୋକସ୍ ଦିଆଯାଇଛି। ସଡ଼କ ପ୍ରକଳ୍ପ ପାଇଁ ମୋଟ୍ ୧୯ ହଜାର ୬୬୭ କୋଟି ବ୍ୟୟବରାଦ ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ମଙ୍ଗଳବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, କ୍ୟାବିନଟ୍ ବୈଠକରେ ୭ ବିଭାଗର ୧୩ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ସେଥିମଧ୍ୟରେ ଜଳସମ୍ପଦ ବିଭାଗର ୧, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧, ସମବାୟ ୧, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ୱ ୧ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ ପ୍ରସ୍ତାବ ଅନ୍ତର୍ଭୁକ୍ତ। କେବଳ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ ପ୍ରସ୍ତାବ ପାରିତ ହୋଇଛି।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ଦୁର୍ଗମ ତଥା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକୁ ସର୍ବଦିନିଆ ଉନ୍ନତ ସଡ଼କ ସଂଯୋଗୀକରଣ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର “ଏମ୍‌ଏମ୍‌ଏସ୍‌ୱାଇ-ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଜୀବନଧାରଣର ମାନ ଅଧିକ ଉନ୍ନତ ହେବ (କ୍ୟୁବ୍‌ଦା) ଯୋଜନା ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ୨୦୨୬-୨୭ରୁ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଅବଧି ମଧ୍ୟରେ ପ୍ରାୟ ୧୧୫୦ କିଲୋମିଟର ନୂତନ ସଡ଼କ ଚାଲୁ ରହିଥିବା ୯୪୯ କିମି ଦୈର୍ଘ୍ୟର ପ୍ରକଳ୍ପ ଏବଂ ଆବଶ୍ୟକୀୟ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରାଯିବ। ଏହାଦ୍ୱାରା ଲୋକମାନଙ୍କ ଲୋକମାନଙ୍କର ଜୀବନଧାରଣର ମାନ ଅଧିକ ଉନ୍ନତ ହେବ। ପାଞ୍ଚ ବର୍ଷ ପାଇଁ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଏବଂ ଆନ୍ତଃବ୍ଲକ ମଧ୍ୟରେ ଥିବା ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟରାସ୍ତା ସହିତ ସଂଯୋଗୀକରଣ କରାଯାଇ ଅସଂଯୋଜିତ ଦ୍ୱୀପ ତଥା ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗର ବ୍ୟବସ୍ଥା ନିମନ୍ତେ ରାଜ୍ୟସରକାରଙ୍କ ଦ୍ୱାରା “ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା -ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡିକୁ ମୁଖ୍ୟରାସ୍ତା ସହ ସଂଯୋଗୀକରଣ’ ଯୋଜନାଟି କାର୍ଯ୍ୟକାରୀ କରାଯାଇଅଛି। ଏହି ଯୋଜନା ମାଧ୍ୟମରେ ସଂପୃକ୍ତ ଅଞ୍ଚଳଗୁଡ଼ିକରେ ଗମାନାଗମନର ଉନ୍ନତିକରଣ ତଥା ବିଭିନ୍ନ ବ୍ଲକ୍‌, ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ୨୦୨୫-୨୬ ଠାରୁ ୨୦୨୯-୩୦ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୧୯୧୭ କୋଟି ଟଙ୍କାର ବ୍ୟୟବରାଦରେ ଆନୁମାନିକ ୩୮୫୦ କି.ମି ନୂତନ ରାସ୍ତା ତଥା ସେତୁ ନିର୍ମାଣ ଏବଂ ଚାଲୁରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ସେହିପରି ଗ୍ରାମାଞ୍ଚଳରେ ବର୍ଦ୍ଧିତ ଗମନାଗମନ ଓ ଯୋଗାଯୋଗର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ “ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ଗ୍ରାମ୍ୟ ଉନ୍ନୟନ ଅଧିନସ୍ଥ ରାସ୍ତାଗୁଡ଼ିକର ଉନ୍ନତିକରଣ’ ଯୋଜନା ପ୍ରଣୟନ କରିଛନ୍ତି। ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର, ପର୍ଯ୍ୟଟନ ସ୍ଥଳ, ବ୍ୟବସାୟ କେନ୍ଦ୍ର ଓ ପଞ୍ଚାୟତ କାର୍ଯ୍ୟାଳୟ ଆଦିକୁ ଉନ୍ନତମାନର ସବୁଦିନିଆ ସଡ଼କ ସୁବିଧା ଯୋଗାଇବା ସମ୍ଭବ ହେବ। ୨୦୨୫-୨୬ ଠାରୁ ୨୦୨୯-୩୦ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ୫୭୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏଥିରେ ପ୍ରାୟ ୧୭୫୦୦ କି.ମି. ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ କରିବାପାଇଁ ଅନୁମୋଦିତ ହୋଇଅଛି। ଉକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ଗ୍ରାମାଞ୍ଚଳର ଅସଂଯୁକ୍ତ ବସତିଗୁଡ଼ିକୁ ସବୁଦିନିଆ ସଡ଼କ ସଂଯୋଗ ଯୋଗାଇ ଦେବା ପାଇଁ ବର୍ଷ ୨୦୧୪-୧୫ରେ “ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା” (ଏମ୍‌ଏମ୍‌ଏସ୍‌ୱାଇ) ଆରମ୍ଭ କରାଯାଇଥିଲା। ଏହାପରେ ବର୍ଷ ୨୦୨୧-୨୨ରୁ ଏହି ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡ଼ିକର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ କରାଯାଉଛି ।ଏହି ଯୋଜନା ଅଧୀନରେ ଚାଲୁ ରହିଥିବା ୧୧୫ କିଲୋମିଟର ସଡ଼କ ପ୍ରକଳ୍ପ ସମାପ୍ତ କରିବା ସହିତ ପ୍ରାୟ ୪୬୦୭.୨୧ କିଲୋମିଟର ଦୈର୍ଘ୍ୟର ନୂତନ ସଡ଼କ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ଯୋଜନାରେ ମନୋନୀତ ରାସ୍ତାଗୁଡ଼ିକ ୩.୭୫ ମିଟର ପ୍ରଶସ୍ତ ହେବ। ଏହା ଓଡିଆର୍ ମାନକ ଅନୁଯାୟୀ ନିର୍ମିତ ହେବ। ଯୋଜନାଟି ପାଇଁ ୨୦୨୬-୨୭ରୁ ୨୦୩୦-୩୧ ପାଇଁ ୪ହଜାର କୋଟିର ବ୍ୟୟବରାଦ ହୋଇଛି। ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ପଞ୍ଚାୟତିରାଜ ଏବଂ ଅନ୍ୟ ସରକାରୀ ବିଭାଗ ଗୁଡିକରୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡିକର ଉନ୍ନତିକରଣ କରିବା ପାଇଁ ରାଜ୍ୟ ସରକାର “ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡିକର ଉନ୍ନତିକରଣ’ ଯୋଜନା ପ୍ରଣୟନ କରିଛନ୍ତି। ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ମୁଖ୍ୟ ବଜାର, ପର୍ଯ୍ୟଟନସ୍ଥଳ, ବ୍ୟବସାୟ କେନ୍ଦ୍ର ଓ ପଞ୍ଚାୟତି କାର୍ଯ୍ୟାଳୟ ଇତ୍ୟାଦିକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହିତ ସଂଯୋଗ କରିବା ସ?ହିତ ଉନ୍ନତ ଗମନାଗମନ ଓ ଯୋଗାଯୋଗର ବ୍ୟବସ୍ଥା କରାଯାଇ ଦୂରଦୂରନ୍ତ ଏବଂ ମୁଖ୍ୟସ୍ରୋତରୁ ବଞ୍ଚିତ ରହିଥିବା ସ୍ଥାନୀୟ ବାସିନ୍ଦାମାନଙ୍କର ଜୀବନଶୈଳୀର ଉନ୍ନତିକରଣ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନା ୨୦୨୫-୨୬ ଏବଂ ୨୦୨୯-୩୦ ବର୍ଷରେ କାର୍ଯ୍ୟକାରୀ େଽ। ଏଥିପାଇଁ ୬୭୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏଥିରେ ଆନୁମାନିକ ୨୫୫୦୦ କି.ମି. ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ ହେବ। ଉକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟଶାସନ ସଚିବ ସ୍ପଷ୍ଟ କରିଛନ୍ତି।(ଜିତେନ୍ଦ୍ର)

ବିଜୁ ସେତୁ ଯୋଜନାରୁ ‘ସେତୁ ବନ୍ଧନ ଯୋଜନା’
ସେତୁ ନିର୍ମାଣ ପାଇଁ ୧୨,୪୦୦ କୋଟି ମଞ୍ଜୁର

କେବଳ ରାସ୍ତା ସଂଯୋଗୀକରଣ ନୁହେଁ, ନୂତନ ସେତୁ ନିର୍ମାଣ ଉପରେ ବି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ୧୪୧୭ ଚାଲୁ ରହିଥିବା ସେତୁ ସମ୍ପୂର୍ଣ୍ଣ କରିବା ସହିତ ୧୭୫୦ ନୂତନ ସେତୁ ହାତକୁ ନେବା ପାଇଁ ୧୧,୮୦୦ କୋଟିର ବ୍ୟୟବରାଦ ହୋଇଛି। ଏହି ସେତୁ ଯୋଜନା ମଧ୍ୟ ୨୦୩୦-୩୧ ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ସେହିପରି ନଦୀଗର୍ଭ ଉପରେ ରାସ୍ତା ସହ ସେତୁ ପାଇଁ ୬୦୦ କୋଟି ବ୍ୟୟବରାଦ ହୋଇଛି। ରାଜ୍ୟ କ୍ୟାବିନେଟ୍‌ରେ ଏହା ମଞ୍ଜୁରୀ ପାଇଛି।

ମଙ୍ଗଳବାର କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ଥିବା ସମସ୍ତ ସଂଯୋଗବିହୀନ ସ୍ଥାନଗୁଡ଼ିକରେ ସେତୁ ନିର୍ମାଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୧-୧୨ ବର୍ଷରେ ‘ବିଜୁ ସେତୁ ଯୋଜନା ବା ବିଏସୱାଇ ନାମରେ ଆରମ୍ଭ ହୋଇଥିବା ଯୋଜନା ପରବର୍ତ୍ତୀ ସମୟରେ ନୂଆ “ସେତୁ ବନ୍ଧନ ଯୋଜନା (ଏସ୍‌ବିୱାଇ) ନାମରେ ନାମିତ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ ସମିତି ରାସ୍ତାଗୁଡ଼ିକୁ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ୨୦୨୧-୨୨ ବର୍ଷରେ ୨୪୦୩ଟି ସେତୁ (୩୮୦ଟି ଚାଲୁ ରହିଥିବା ଏବଂ ୨୦୨୩ଟି ନୂତନ) ନିର୍ମାଣ ପାଇଁ ୧୮୭୭୯.୨୨ କୋଟି ବ୍ୟୟବରାଦ ହୋଇଥିଲା। ତାହା ୨୦୨୧-୨୨ରୁ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଅବଧିୂ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରହିଥିଲା। ଗ୍ରାମାଞ୍ଚଳରେ ଯୋଗାଯୋଗର ଉନ୍ନତି ଏବଂ ସେହି ଅନୁଯାୟୀ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ôଥକ-ସାମାଜିକ ସ୍ଥିତିର ସୁଧାର ପାଇଁ ସେତୁଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଜନସ୍ୱାର୍ଥର ସୁରକ୍ଷା ପାଇଁ ବର୍ତ୍ତମାନ ୧୪୧୭ଟି ଚାଲୁ ରହିଥିବା ସେତୁ ସମ୍ପୂର୍ଣ୍ଣ କରିବା ସହ ୧୭୫୦ଟି ନୂତନ ସେତୁ ହାତକୁ ନେବା ପାଇଁ ୧୧,୮୦୦ କୋଟିର ବ୍ୟୟବରାଦକୁ ମଞ୍ଜୁରୀ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ନଦୀଗର୍ଭ ଏବଂ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ କରି କ୍ଷୁଦ୍ର ଜଳସେଚନ, ପାନୀୟ ଜଳ ଏବଂ ଗୃହପାଳିତ ପଶୁଙ୍କ ବ୍ୟବହାର ପାଇଁ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା “ବ୍ରିଜ୍‌-କମ୍‌-ୱେ’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାକୁ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ପାଞ୍ଚ ବର୍ଷ ଅବଧି ଭିତରେ ୬୦୦ କୋଟିର ବ୍ୟୟବରାଦ ହୋଇଛି। ଏହା ସହିତ ୫୦୮ଟି ନୂତନ ପ୍ରକଳ୍ପର ନିର୍ମାଣ ଏବଂ ପୂର୍ବରୁ ଚାଲୁ ରହିଥିବା ସମସ୍ତ ୧୬୨ଟି ଅଧୁରା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking