33.4 C
Bhubaneswar
Monday, July 13, 2026
Homeଓଡିଶାକୋର୍ଟରେ ମିଳିଲାନି ବୋମା: ଆସିଥିଲା ଫେକ୍‌ ଧମକ

କୋର୍ଟରେ ମିଳିଲାନି ବୋମା: ଆସିଥିଲା ଫେକ୍‌ ଧମକ

ଅନୁଗୋଳ:  ଅନୁଗୋଳ କୋର୍ଟକୁ ଆସିଥିବା ବୋମା ଧମକ ଇ-ମେଲ୍‌ ଶେଷରେ ଫେକ୍‌ ବୋଲି ପ୍ରମାଣିତ ହୋଇଛି। ଧମକ ପାଇବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ, ବୋମା ନିଷ୍କ୍ରିୟକାରୀ  ଏବଂ ଡଗ୍‌ ସ୍କ୍ୱାଡ୍‌ ପକ୍ଷରୁ କୋର୍ଟ ପରିସରରେ ବ୍ୟାପକ ତଲାସି କରାଯାଇଥିଲା । ପ୍ରତ୍ୟେକ କୋଣ ଏବଂ କୋର୍ଟ ପରିସରର ସମସ୍ତ ସ୍ଥାନରେ ଯାଞ୍ଚ୍‌ କରାଯିବା ପରେ କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନଥିଲା । ତଦନ୍ତ ପରେ ସ୍ପଷ୍ଟ ହୋଇଛି ଯେ, ଇ-ମେଲ୍‌ ମାଧ୍ୟମରେ ପଠାଯାଇଥିବା ବୋମା ଧମକ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଥିଲା ।ସୁରକ୍ଷା ଯାଞ୍ଚ୍‌ ଶେଷ ହେବା ପରେ କୋର୍ଟ ପରିସରକୁ ପୁଣିଥରେ ବିଚାରପତି, ଓକିଲ ଓ କର୍ମଚାରୀମାନେ ପ୍ରବେଶ କରିଥିଲେ । ଏହାପରେ କୋର୍ଟର ଦୈନନ୍ଦିନ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା । ତେବେ ଲଗାତାର କୋର୍ଟଗୁଡ଼ିକୁ ବୋମା ଧମକ ମିଳୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ମିଛ ଇ-ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସାଇବର ମାଧ୍ୟମରେ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking