ବାଲେଶ୍ୱର: ସୋସିଆଲ ମିଡ଼ିଆ ରେ ରାତା ରାତି ଫୋଲୋର୍ସ ବଢ଼ାଇବା ପାଇଁ ଘରୁ ନିଖୋଜ ହୋଇଛନ୍ତି ଯୁବତୀ। ଏମିତି କିଛି ଘଟଣା ଘଟିଛି ବାଲେଶ୍ୱର ସହର ର ଗୋପାଳ ଗାଁରେ । ବିବାହ କୁ ପାଞ୍ଚ ବର୍ଷ ପୁରିଥିବା ବେଳେ ସ୍ବାମୀ ଙ୍କୁ କିଛି ନ କହି ପାଞ୍ଚ ତାରିଖ ରେ ଘରୁ ବାହାରି ପଳେଇ ଆସିଥିଲେ ସଞ୍ଜିତା। ସ୍ୱାମୀ ଏ କଥା ଜାଣି ଖୋଜା ଖୋଜି କରିବା ପରେ ଟାଉନ୍ ଥାନାରେ ଏତଲା ଦେଇଥିଲେ । ତେବେ ସହର ର ଲାଗିଥିବା ସିସି କ୍ୟାମେରା ରେ ସଞ୍ଜିତା ନିଜ ଘରୁ ଷ୍ଟେସନ୍ ଅଭିମୁଖେ ସାଇକେଲ ରେ ଯାଉଥିବାର ଚିତ୍ର ସାମ୍ନା କୁ ଆସିଛି। ଘଟଣା କୁ ପାଞ୍ଚ ଦିନ ବିତିଯାଇଥିବା ବେଳେ ପୁଲିସ୍ ହାତରେ କୌଣସି ସୁରାକ୍ ଲାଗିନାହିଁ। କେମିତି ଓ କାହିଁକି ସଞ୍ଜିତା ଘରୁ ବାହାରି ନିଖୋଜ ହୋଇଗଲେ ତାର ଉତ୍ତର ଅପେକ୍ଷାରେ ସଞ୍ଜିତା ଙ୍କ ପରିବାର।










