ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିଆବାଦର ନନ୍ଦଗ୍ରାମ ପୁଲିସ ଥାନା ଅଞ୍ଚଳର ମିରଟ ରୋଡରେ ଏକ ଡିପିଏସ ସ୍କୁଲ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଘଟଣା ସମୟରେ ବସ୍ରେ କୌଣସି ପିଲା ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ହଠାତ୍ ବସ୍ଟିରେ ନିଆଁ ଲାଗିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ।ପୂର୍ବାହ୍ନ ପ୍ରାୟ ୯:୨୬ ସମୟରେ, କୋତୱାଲି ପୁଲିସ ଷ୍ଟେସନ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲେ। ସୂଚନା ପାଇ ଅଗ୍ନିଶମ କେନ୍ଦ୍ରର ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବସ୍ଟି ପୋଡ଼ି ପାଉଁଶ ହୋଇ ସାରିଥିଲା। ଅଗ୍ନିଶମ ବିଭାଗ ଅନୁଯାୟୀ, ବସ୍ରେ ସିଏନ୍ଜି କିଟ୍ ଲଗାଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହାର ତଦନ୍ତ ଜାରି ରହିଛି।










