29.3 C
Bhubaneswar
Saturday, July 11, 2026
Homeଓଡିଶାଭୁବନେଶ୍ବରରେ ‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ ଆଞ୍ଚଳିକ କର୍ମଶାଳା ଆୟୋଜିତ

ଭୁବନେଶ୍ବରରେ ‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ ଆଞ୍ଚଳିକ କର୍ମଶାଳା ଆୟୋଜିତ

କେନ୍ଦ୍ର ବିଦ୍ୟୁତ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ଏବଂ ପାୱାରଗ୍ରିଡର ମିଳିତ ଆନୁକୂଲ୍ୟରେ ‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା ଆଜି, ୧୦ ଜୁଲାଇ ୨୦୨୬ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି।

ପାୱାରଗ୍ରିଡ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟୁତ ସଂସ୍ଥାର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଏବଂ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏଥିରେ ଇଆରପିସି, ଇଆରଏଲଡିସି, ପାୱାରଗ୍ରିଡ୍, ଏନଟିପିସି, ଓପିଟିସିଏଲ୍, ଓପିଜିସି, ଟିପିସିଓଡିଏଲ୍, ଟିପିଏସଓଡିଏଲ୍, ଟିପିଏନଓଡିଏଲ୍ ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଅନ୍ୟାନ୍ୟ ବିଦ୍ୟୁତ ସଂସ୍ଥା, ପୂର୍ବାଞ୍ଚଳର ସ୍ୱାଧୀନ ବିଦ୍ୟୁତ ଉତ୍ପାଦନକାରୀ (ଆଇପିପି) ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରମୁଖ ସିଇଏ ନିୟମାବଳୀ ବିଷୟରେ ବୁଝାମଣା ଏବଂ ଏହାର ଅନୁପାଳନକୁ ଅଧିକ ଦୃଢ଼ କରିବା।

ଏହି କର୍ମଶାଳାରେ ସିଇଏର ସଦସ୍ୟ (ତାପଜ), ସଦସ୍ୟ (ଇଏଣ୍ଡସି) ତଥା ଭାରତ ସରକାରଙ୍କ ପୂର୍ବତନ ଅତିରିକ୍ତ ସଚିବ ଶ୍ରୀ ପ୍ରବୀଣ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଇଆରପିସିର ସଦସ୍ୟ ସଚିବ କେ.ବି. ଜଗତାପ, ଓଡ଼ିଶା ଏସଏଲଡିସିର ନିର୍ଦ୍ଦେଶକ ଶ୍ରୀ ବି.ବି. ମେହେଟ୍ଟା, ସିଇଏର ମୁଖ୍ୟ ଯନ୍ତ୍ରୀ (ଟିଇଟିଡି) ଟି. ଭେଙ୍କଟେଶ୍ୱରଲୁ, ସିଇଏର ମୁଖ୍ୟ ଯନ୍ତ୍ରୀ (ନିୟାମକ ବ୍ୟାପାର) ଏଲ୍.କେ. ଏସ୍. ରାଠୋର, ପାୱାରଗ୍ରିଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଆଦିଶ କୁମାର ଗୁପ୍ତା ଏବଂ ପାୱାରଗ୍ରିଡର ମୁଖ୍ୟ ମହାପ୍ରବନ୍ଧକ ଶ୍ରୁତି ମିଶ୍ର ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ବିଦ୍ୟୁତ କ୍ଷେତ୍ର ପାଇଁ ସିଇଏ ନିୟମାବଳୀର ଗୁରୁତ୍ୱ ଏବଂ ଏହି କ୍ଷେତ୍ରରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ମାର୍ଗଦର୍ଶିକା ବା ଖସଡ଼ା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ତାପଜ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ବୈଷୟିକ ମାନକ, କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରର ନମନୀୟ ପରିଚାଳନା ନିୟମାବଳୀ, ଏବଂ ବିଦ୍ୟୁତ ପ୍ରକଳ୍ପ (ଜଳ ବିଦ୍ୟୁତ୍‌ ଓ ଅକ୍ଷୟ ଶକ୍ତି), ବିଦ୍ୟୁତ୍‌ ଲାଇନ ତଥା ସବ୍-ଷ୍ଟେସନ ନିର୍ମାଣ ପାଇଁ ଉଦ୍ଦିଷ୍ଟ ବୈଷୟିକ ମାନକଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା। ଏହା ବ୍ୟତୀତ, ସୁରକ୍ଷା ଏବଂ ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ ନିୟମାବଳୀ ୨୦୨୩, ମିଟର ସ୍ଥାପନ ଏବଂ ପରିଚାଳନା ନିୟମାବଳୀ ୨୦୦୬, ଗ୍ରୀଡ୍ ସଂଯୋଗୀକରଣ ପାଇଁ ବୈଷୟିକ ମାନକ ୨୦୦୭, ଗ୍ରୀଡ୍ ମାନକ ୨୦୧୦, ବିବିଧ ଶକ୍ତି ଉତ୍ସଗୁଡ଼ିକର ସଂଯୋଗୀକରଣ ୨୦୧୩, ବିଦ୍ୟୁତ ବ୍ୟବସ୍ଥା ପରିଚାଳନାରେ ଯୋଗାଯୋଗ ବ୍ୟବସ୍ଥା ପାଇଁ ବୈଷୟିକ ମାନକ ଏବଂ ପରିବହନ କ୍ଷେତ୍ରରେ ସର୍ବୋତ୍ତମ ନିୟାମକ ଅଭ୍ୟାସ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏକ ସୁଦୃଢ଼ ନିୟାମକ ଅନୁପାଳନର ଆବଶ୍ୟକତା ଉପରେ ଗୁରୁତ୍ବଆରୋପ କରି ଶ୍ରୀ ଏଲକେଏସ୍ ରାଠୋର ଗ୍ରୀଡ୍ ସୁରକ୍ଷା, ବିଶ୍ୱସନୀୟତା ଏବଂ ଅକ୍ଷୟ ଶକ୍ତିର ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ସିଇଏ ମାନକଗୁଡ଼ିକର ସକ୍ରିୟ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ମତାମତ ଗ୍ରହଣ  କରାଯାଇଥିଲା। ଶ୍ରୀ ଶରଦ ଚନ୍ଦ୍ର ଭୂପେଶଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking