27.9 C
Bhubaneswar
Thursday, July 9, 2026
Homeଓଡିଶାକୋଭିଡ୍ରେ ଅନାଥ ହୋଇଥିବା ପିଲାଙ୍କ ଭତ୍ତା ମିଳିବ କେବେ: ବିଜେଡି

କୋଭିଡ୍ରେ ଅନାଥ ହୋଇଥିବା ପିଲାଙ୍କ ଭତ୍ତା ମିଳିବ କେବେ: ବିଜେଡି

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ୫୦ ହଜାରରୁ ଉଦ୍ଧ୍ୱର୍ ବାପାମାଆ ଛେଉଁଣ୍ଡ ପିଲାମାନେ ଗତ ମାର୍ଚ୍ଚ ମାସରୁ ଆର୍ଥୀକ ସହାୟତା ପାଇନାହାଁନ୍ତି । ବୟସ୍କ, ଭିନ୍ନକ୍ଷମ ଓ ବିଧବାଙ୍କୁ ଭତ୍ତା ପ୍ରଦାନରେ ବିଫଳ ହୋଇଥିôବା ସରକାର, ଛୋଟ ଛୋଟ ଅନାଥ ଶିଶୁଙ୍କ ପ୍ରତି ମଧ୍ୟ ଅମାନବୀୟ ଭାବେ ମାସିକ ଭତ୍ତା ଦେବାରେ ବିଫଳ ହେବାକୁ ନେଇ ବିଜେଡି ନିନ୍ଦା କରିଛି । ଏକ ପ୍ରେସ ବିବୃତ୍ତିରେ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, କୋଭିଡ ମହାମାରୀ ସମୟରେ ରାଜ୍ୟର ୫୦ ହଜାରରୁ ଉଦ୍ଧ୍ୱର୍ ଛୋଟ ଛୋଟ ଶିଶୁ ନିଜ ବାପାମାଆଙ୍କୁ ହରାଇ ଅନାଥ ହେଉଥିଲେ । ସେମାନଙ୍କ ଲାଳନପାଳନ ପାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଆଶୀର୍ବାଦ ଯୋଜନା ପ୍ରଚଳନ କରି ରାଜ୍ୟ ସରକାରଙ୍କ ତରଫରୁ ମାସିକ ଆର୍ଥୀକ ସହାୟତା ପ୍ରଦାନର ବ୍ୟବସ୍ଥା କରିଥିଲେ । କୋଭିଡରେ ଉଭୟ ବାପାମାଆଙ୍କୁ ହରାଇଥିବା ପିଲାମାନେ ମାସିକ ୨.୫ ହଜାର ଏବଂ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିଲେ ମାସିକ ୧.୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ଏହି ମାସିକ ସହାୟତା ଅର୍ଥ ଅନାଥ ଶିଶୁମାନଙ୍କୁ ଲାଳନପାଳନ କରୁଥିବା ତାଙ୍କ ସଂପର୍କୀୟ ବା ସେ ରହୁଥିବା ଅନୁଷ୍ଠାନଙ୍କୁ ସିଧାସଳଖ ଆକାଉଣ୍ଟ ପ୍ରଦାନ କରାଯାଉଥିଲା । ଗତ ମାର୍ଚ୍ଚ ମାସଠାରୁ ଏହି ସହାୟତା ରାଶି ସରକାରଙ୍କ ପକ୍ଷରୁ ପ୍ରଦାନ କରାନଯିବାରୁ ଏହି ପିଲାମାନଙ୍କ ଲାଳନପାଳନରେ ଘୋର ସଂକଟ ସୃଷ୍ଟି ହେଉଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ ମଧ୍ୟ ସରକାରୀ ସହାୟତା ବନ୍ଦ ହୋଇଥିବାରୁ ବର୍ତ୍ତମାନ ନିଜର ଅସହାୟତା ପ୍ରକାଶ କରୁଛନ୍ତି । ସରକାର ତୁରନ୍ତ ବକେୟା ଅର୍ଥ ରାଶି ସହ ମାସିକ ଭତ୍ତା ପ୍ରଦାନ କରିବାକୁ ବିଜେଡି ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking