କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଛନ୍ଦା ଗ୍ରାମ ନିକଟ ମହାନଦୀ ପଠାରେ ଚିଙ୍ଗୁଡି ଘେରିରେ ବନ୍ୟାପାଣି ପ୍ରବେଶ କରି କୁଇଣ୍ଟାଲ କୁଇଣ୍ଟାଲ ଚିଙ୍ଗୁଡି ନଦୀକୁ ପଳାଇଥିବା ସୂଚନା ମିଳିଛି । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ପରେ ମହାନଦୀରେ ବୃଦ୍ଧି ପାଇଲା ଜଳସ୍ତର । ନଦୀ ପଠାରେ ହୋଇଥିବା ଚିଙ୍ଗୁଡି ଘେରି ଭିତରେ ପ୍ରବେଶ କଲା ପାଣି । କୁଇଣ୍ଟାଲ କୁଇଣ୍ଟାଲ ଚିଙ୍ଗୁଡି ଘେରିରୁ ବାହାରିଯାଇଥିବା ସୂଚନା ମିଳିଛି । ଚିଙ୍ଗୁଡି ଧରିବା ପାଇଁ ବୁଡିଯାଇଥିବା ଘେରିରେ ଲୋକ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।










