29 C
Bhubaneswar
Tuesday, July 7, 2026
Homeଦେଶ ବିଦେଶଇଣ୍ଡୋନେସିଆରେ ଖୋଲିବ ଆଇଆଇଏମ୍ ବେଙ୍ଗାଲୁରୁର ପ୍ରଥମ ବିଦେଶୀ କ୍ୟାମ୍ପସ

ଇଣ୍ଡୋନେସିଆରେ ଖୋଲିବ ଆଇଆଇଏମ୍ ବେଙ୍ଗାଲୁରୁର ପ୍ରଥମ ବିଦେଶୀ କ୍ୟାମ୍ପସ

ନୂଆଦିଲ୍ଲୀ:  ଭାରତର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଆସିଛି ଏକ ବଡ଼ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ ସମୟରେ ଘୋଷଣା କରିଛନ୍ତି ଯେ, ଆଇଆଇଏମ୍ ବେଙ୍ଗାଲୁରୁ ଇଣ୍ଡୋନେସିଆରେ ନିଜର ପ୍ରଥମ ବିଦେଶୀ କ୍ୟାମ୍ପସ ସ୍ଥାପନ କରିବ। ଏହି ପଦକ୍ଷେପ ଭାରତର ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।  ଏହି କ୍ୟାମ୍ପସଟି ଇଣ୍ଡୋନେସିଆର ସିଙ୍ଘାସାରି ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ ସ୍ଥାପିତ ହେବ। ଏହା କେବଳ ଇଣ୍ଡୋନେସିଆର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ, ବରଂ ଆସିଆନ୍  ଅଞ୍ଚଳର ବିଭିନ୍ନ ଦେଶର ଯୁବକ ଯୁବତୀଙ୍କୁ ମଧ୍ୟ ବିଶ୍ୱସ୍ତରୀୟ ପରିଚାଳନା ଶିକ୍ଷା ଦେବ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଓ ଇଣ୍ଡୋନେସିଆ ଶିକ୍ଷା, କୃତ୍ରିମ ବୁଦ୍ଧିମତ୍ତା, ଷ୍ଟାର୍ଟଅପ୍, ଦୂରସଂଚାର, ମହାକାଶ ଗବେଷଣା ଓ ଡିଜିଟାଲ୍ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ସହମତ ହୋଇଛନ୍ତି। ଆଇଆଇଏମ୍ ବେଙ୍ଗାଲୁରୁର ଏହି କ୍ୟାମ୍ପସ ଦୁଇ ଦେଶ ମଧ୍ୟରେ ଶିକ୍ଷାଗତ ସମ୍ପର୍କକୁ ଆହୁରି ମଜବୁତ କରିବ।

ପ୍ରକଳ୍ପଟି ଦୁଇଟି ପର୍ୟ୍ୟାୟରେ କାର୍ୟ୍ୟକାରୀ ହେବ। ପ୍ରଥମ ପର୍ୟ୍ୟାୟରେ ବରିଷ୍ଠ ଅଧିକାରୀ, ବ୍ୟବସାୟୀ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱଳ୍ପକାଳୀନ ପରିଚାଳନା ପାଠ୍ୟକ୍ରମ ଆରମ୍ଭ ହେବ। ପରେ ସମ୍ପୂର୍ଣ୍ଣ ପରିଚାଳନା ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରାଯିବ। ପାଠ୍ୟକ୍ରମରେ ବିଶ୍ୱ ଯୋଗାଣ ଶୃଙ୍ଖଳା, ଡିଜିଟାଲ୍ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତା, ଜଳବାୟୁ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ପରିଚାଳନା ପରି ବିଷୟ ସାମିଲ ରହିବ। ହି ଘୋଷଣା ସହ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କ ବିଶ୍ୱସ୍ତରୀୟ ବିସ୍ତାରକୁ ଆଉ ଏକ ନୂଆ ଦିଗ ମିଳିଛି। ଏହା ପୂର୍ବରୁ ଆଇଆଇଏମ୍ ଅହମ୍ମଦାବାଦ ଦୁବାଇରେ, ଆଇଆଇଟି ଦିଲ୍ଲୀ ଆବୁଧାବିରେ ଏବଂ ଆଇଆଇଟି ମାଡ୍ରାସ ଜାଞ୍ଜିବାରରେ ନିଜର ବିଦେଶୀ କ୍ୟାମ୍ପସ ଆରମ୍ଭ କରିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking