29 C
Bhubaneswar
Tuesday, July 7, 2026
Homeଦେଶ ବିଦେଶୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ: ୨୩ମୃତ

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ: ୨୩ମୃତ

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁ ନାହିଁ। ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଜୁଲାଇ ୭ରେ ହେବାକୁ ଥିବା ନାଟୋ ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ରୁଷ ତରଫରୁ ୟୁକ୍ରେନ୍‌ର କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି। ଆକ୍ରମଣରେ ୨୩ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହିତ ୩୦ରୁ ଊର୍ଦ୍ଧ୍ବ ଆହତ ହାଇଛନ୍ତି। ରବିବାର ବିଳମ୍ବିତ ରାତିରେ କିଭ୍‌ ଉପରେ ରୁଷ୍‌ ୬୮ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବା ସହ ୩୫୧ ଡ୍ରୋନ୍ ଯୋଗେ ଆକ୍ରମଣ କରିଥିଲା। ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ରୁଷ୍‌ ତରଫରୁ ଏକ ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିବା ନେଇ ଚେତାବନୀ ଦେବାର କିଛି ଘଣ୍ଟା ମଧ୍ୟରେ ଏହି ଆକ୍ରମଣ ହୋଇଥିଲା।

ଆକ୍ରମଣରେ ଅତି କମ୍‌ରେ ୧୫ଟି ଘର ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରେ ଏକ ୯ ମହଲା କୋଠା ରହିଛି। ଆକ୍ରମଣ ପରେ କିଭ୍ ମେୟର ଭିଟାଲି କ୍ଲିଟ୍ସକୋ କହିଛନ୍ତି ଯେ, ରାତିଅଧିଆ ବୋମା ମାଡ଼ରେ କ୍ଷତିଗ୍ରସ୍ତ କୋଠାଗୁଡ଼ିକରୁ ଉଦ୍ଧାରକାରୀ ଦଳମାନେ ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ମଙ୍ଗଳବାର ଠାରୁ ତୁର୍କୀର ଅଙ୍କାରାରେ ଆରମ୍ଭ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ଭୋଲୋଡିମିର ଜେଲେନ୍‌ସ୍କିଙ୍କ ମଧ୍ୟରେ ଯୁଦ୍ଧ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଟ୍ରମ୍ପ ରୁଷିଆ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୯୦ ମିନିଟ୍ ଧରି ଟେଲିଫୋନରେ କଥା ହୋଇ ୟୁକ୍ରେନ ଯୁଦ୍ଧର ସମାଧାନ ଖୋଜିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ସହ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଥିଲେ। ତେବେ ଟ୍ରମ୍ପ ଫୋନରେ କଥା ହେବା ପରେ ପୁଟିନଙ୍କ ନିର୍ଦେଶରେ ପୁଣି ଆକ୍ରମଣ କରାଯାଇଛି। ଫଳରେ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଉଦ୍ୟମରେ ବାଧା ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking