32.2 C
Bhubaneswar
Tuesday, July 7, 2026
Homeଓଡିଶାଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ ହରିବାବୁ କମ୍ବମପାଟି

ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ ହରିବାବୁ କମ୍ବମପାଟି

ପୁରୀ : ଅଲାରନାଥଙ୍କୁ ଦର୍ଶନ କଲେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ବମପାଟି । ମହାପ୍ରଭୁଙ୍କ ଅନବସର ନୀତି ଚାଲିଥିବା ବେଳେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ବମପାଟି ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଅନବସରର ଅଷ୍ଟମ ଦିନରେ ଅପରାହ୍ନ ପ୍ରାୟ ୧୨ଟା ସମୟରେ ରାଜ୍ୟପାଳ ମନ୍ଦିରରେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ରାଜ୍ୟପାଳ ଅଲାରନାଥଙ୍କ ଦର୍ଶନ କରିବା ସହ ମା’ ମହାଲକ୍ଷ୍ମୀ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମଧ୍ୟ ଦର୍ଶନ କରିଥିଲେ । ଏହି ଅବସରରେ ସେବାୟତମାନେ ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର ଦର୍ଶନର ମହତ୍ତ୍ୱ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ । ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ମିଳିବାରୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ କରି ପୁଣ୍ୟ ଲାଭ କରିଥାନ୍ତି । ଏହି ସମୟରେ ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ମଧ୍ୟ ବଢ଼ିଯାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking