26.1 C
Bhubaneswar
Saturday, July 4, 2026
Homeଓଡିଶାଚତୁର୍ଥ ଦିନରେ ଡାକ୍ତର ଆନ୍ଦୋଳନ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସଂଘର ଜରୁରୀ ବୈଠକ

ଚତୁର୍ଥ ଦିନରେ ଡାକ୍ତର ଆନ୍ଦୋଳନ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସଂଘର ଜରୁରୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ୪ ଦିନ ଧରି ଚାଲିଛି ଡାକ୍ତରଙ୍କ ଆନ୍ଦୋଳନ । ୧୦ ଦଫା ଦାବି ପୂରଣ ଜିଦରେ ଅଡି ବସିଛନ୍ତି ଡାକ୍ତର । ଡାକ୍ତରଙ୍କ ସୁରକ୍ଷା , କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ ସ୍କେଲ ଉଚ୍ଛେଦ , ସ୍ୱଚ୍ଛ ବଦଳିନୀତି , କେବିକେ ଏଗଜିଟ ପଲିସି ଓ ଇନସ୍ୟୁରାନ୍ସ ଓ ଦନ୍ତ ଡାକ୍ତରଙ୍କୁ ଇନସେଣ୍ଟିଭ ଭଳି ୧୦ଟି ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତରମାନେ । ସେପଟେ ସମାଧାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକିଛନ୍ତି ବୈଠକ । ଡାକ୍ତର ସଂଘ ସହ ଆଲୋଚନା କରୁଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଜାନୁଆରୀ ୬ ତାରିଖରୁ ରାଜ୍ୟରେ ଏସମା ଲାଗୁ କରିଛନ୍ତି ସରକାର । ଏସମା ବଳବତ୍ତର ଥିବା ସତ୍ତ୍ୱେ ଡାକ୍ତର ମାନୁନଥିବାରୁ ରୋଗୀଙ୍କୁ ସେବା ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ସ୍ଥିତିର ମୁକାବିଲା ପାଇଁ ଆୟୁଷ ଡାକ୍ତର ଓ ଠିକା ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ତଥାପି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଡାକ୍ତର । ଛଟପଟ ହେଉଛନ୍ତି ରୋଗୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking