26.1 C
Bhubaneswar
Saturday, July 4, 2026
Homeଓଡିଶାଲୋକଙ୍କ ଉପରକୁ ଚଢ଼ିଗଲା ଡମ୍ଫର: ୨ ମୃତ , ୫ ଗୁରୁତର

ଲୋକଙ୍କ ଉପରକୁ ଚଢ଼ିଗଲା ଡମ୍ଫର: ୨ ମୃତ , ୫ ଗୁରୁତର

ବାରିପଦା: ବାରିପଦା ପାଲବଣିରେ ମର୍ମନ୍ତୁଦ ଦୁର୍ଘଟଣା । ଉଦ୍ଧାର କାମ ଚାଲିଥିଲା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର। ଦୁର୍ଘଟଣାରେ ୨ ମୃତ, ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାମ୍ୟାନ୍ ଥିଲେ । ସୂଚନା ଅନୁସାରେ, ପାଲବଣିରେ ଏକ କାଠ ବୋଝେଇ ଟାଟା ଏସି ଓଲଟିପଡ଼ିଥିଲା । ଉଦ୍ଧାର ପାଇଁ କାମ ଚାଲିଥିଲା । କିଛି ଗଣମାଧ୍ୟମ ଖବର ସଂଗ୍ରହ କରୁଥିଲେ ।ଏହି ସମୟରେ ହଠାତ୍ ଏକ ଦ୍ରୁତଗାମୀ ଡମ୍ପର ଆସି ମାଡ଼ିଯାଇଥିଲା । ଉପସ୍ଥିତ ଥିବା ଲୋକେ ଏତେତେଣେ ଛିନଛତର ହୋଇଯାଇଥିଲେ । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତଙ୍କୁ ବାରିପଦା ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking