35.6 C
Bhubaneswar
Sunday, June 28, 2026
Homeଓଡିଶାବାପ-ଝିଅଙ୍କ ଉପରେ ଚଢିଗଲା ଆମ ବସ

ବାପ-ଝିଅଙ୍କ ଉପରେ ଚଢିଗଲା ଆମ ବସ

ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି ଫେରୁଥିବା ବେଳେ ରଙ୍ଗ୍‌ ରୁଟରେ ଆସି ଆମ ବସ ଦେଲା ଧକ୍କା । ଝିଅ ଆହତ ହୋଇଥିବା ବେଳେ ଆମ ବସ୍‌କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆମ ବସ୍‌ ଦୁର୍ଘଟଣାରେ ଲାଗୁନି ରୋକ । ବେଲଗାମ ଆମବସ୍ । ଅମାନିଆ ଆମ ବସ୍ ଚାଳକ । ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର।

ରାଜଧାନୀବାସୀଙ୍କୁ ସୁବିଧାରେ ଗମନାଗମନ ପାଇଁ ସରକାର ‘ଆମ ବସ’ ପରିବହନ ସୁବିଧା ଉପଲବ୍ଧ କରାଇଥିଲେ ହେଲେ ଏବେ ‘ଆମ ବସ’ ଖାଲି ସରକାର ନୁହେଁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢ଼ାଇଛି । ଭୁବନେଶ୍ୱରରେ ଏବେ ‘ଆମ ବାସ’ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପ୍ରତି ଦିନ ଆମ ବସ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଖବର ସାମ୍ନାକୁ ଆସୁଛି । ଯଦିଓ ପରିବହନ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ ‘କୃଟ’ ପକ୍ଷରୁ ବହୁବିଧ ବ୍ୟବସ୍ଥା କରାଯାଉଛି, ଆମ ବସ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ଏହାସହ ନିଶାସେବନ ନେଇ ଚେକିଂ କରାଯାଉଛି କିନ୍ତୁ ଅନେକ ସମୟରେ ‘ଆମ ବସ’ ଅସାବଧାନତା ଯୋଗୁଁ ଛାତିଥରା ଦୁର୍ଘଟଣା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking