କଟକ: କଟକ- ପାରାଦୀପ ରାସ୍ତା ଦିନକୁ ଦିନ ବିପଜ୍ଜନକ ହେଉଛି । ଶୁକ୍ରବାର ସିରିଜ ଦୁର୍ଘଟଣା ଘଟିଥିଲା । ତିନୋଟି କାରକୁ ଧକ୍କା ଦେଇଥିଲା ବସ । ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ତ୍ରିବେଦୀ ଯାତ୍ରୀବାହୀ ବସ ନୂଆଗଡ ନିକଟରେ ଦ୍ରୁତଗତିରେ ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ତିନୋଟି କାରକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କାରେ ତିନୋଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସର ସାମ୍ନା କାଚ ମଧ୍ୟ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ବସ ଓ କାର ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଲକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










