ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ପିକଅପ୍ ଭ୍ୟାନ ସହ ଟ୍ରକ୍ ଧକ୍କାରେ ୮ ଜଣଙ୍କର ମୃତ୍ୟୁ । ଝାଡ଼ଖଣ୍ଡର ରାମଗଡ଼-ବୋକାରୋ ମୁଖ୍ୟରାସ୍ତାର ଲାରି ଗାଁ ନିକଟରେ ଏକ ଟ୍ରକ୍ ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ପିକଅପ୍ ଭ୍ୟାନରେ ଯାତ୍ରା କରୁଥିବା ୮ ଜଣ ପ୍ରାଣ ହରାଇଛନ୍ତି । କିଛି ଲୋକ ଗୁରୁତର ଆହତ ଅଛନ୍ତି । ଆହତମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ରାମଗଡ଼ ସଦର ହସ୍ପିଟାଲକୁ ନିଆଯାଇଥିଲା ।ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ସମସ୍ତେ ଏକ ତାଶା ପାର୍ଟିର ସଦସ୍ୟ ଥିଲେ ଏବଂ ମହରମ୍ ମହୋତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ । ଧକ୍କା ଏତେ ଜୋରଦାର ଥିଲା ଯେ ପିକଅପ୍ ଭ୍ୟାନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଟ୍ରକ୍ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ଡ୍ରାଇଭର ଫେରାର୍ ଅଛି ।










