35 C
Bhubaneswar
Friday, June 26, 2026
Homeଓଡିଶାହଷ୍ଟେଲ୍ ରୋଷେଇରେ ଲାଗିବ ପିଏନଜି: ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ହଷ୍ଟେଲ୍ ରୋଷେଇରେ ଲାଗିବ ପିଏନଜି: ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ହଷ୍ଟେଲ୍ ରୋଷେଇଘରରେ ଏଣିକି ବ୍ୟବହାର ହେବ ପିଏନଜି । ଏଲ୍‌ପିଜି ଗ୍ୟାସ୍‌ ଯୋଗାଣରେ ବାରମ୍ବାର ସମସ୍ୟାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନର ହଷ୍ଟେଲ୍ କିଚେନରେ ପର୍ଯ୍ୟାୟକ୍ରମେ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ ବା ପିଏନଜି ବ୍ୟବସ୍ଥା କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଏଲ୍‌ପିଜି ଅଭାବ କିମ୍ବା ଯୋଗାଣରେ ବିଳମ୍ବ ଯୋଗୁଁ ଯେପରି ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତିରେ କୌଣସି ବାଧା ସୃଷ୍ଟି ନହୁଏ । ସେଥିପାଇଁ ସମସ୍ତ ହଷ୍ଟେଲରେ ପିଏନଜି ସଂଯୋଗ ସମ୍ଭାବନା ନେଇ ସର୍ଭେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଚିଠି ପଠାଯାଇଛି । କେଉଁ କେଉଁ ହଷ୍ଟେଲରେ ପିଏନଜି ସଂଯୋଗ ସମ୍ଭବ, ସେନେଇ ସବିଶେଷ ରିପୋର୍ଟ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ହଷ୍ଟେଲଗୁଡ଼ିକରେ ରୋଷେଇ ବ୍ୟବସ୍ଥା ଅଧିକ ସୁରକ୍ଷିତ, ନିରବଚ୍ଛିନ୍ନ ଓ ସୁବିଧାଜନକ ହେବା ସହ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବମୁକ୍ତ ରହିବ ବୋଲି ଆଶା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking