ପାଇକମାଳ: ଶବକୁ ମିଳିଲାନି ସମ୍ମାନ। ବରଗଡ଼ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଆଜି ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ବୃଦ୍ଧା ଜୟନ୍ତୀ ବଛାଙ୍କ ମୃତ୍ୟୁ ପରେ ଶବ ବୋହିବା ପାଇଁ ଜାତିଭାଇମାନେ କାନ୍ଧ ଦେବାରୁ ମୃତଦେହକୁ ସାଇକେଲରେ ନିଆଯାଇଛି। ମୃତକଙ୍କ ନାତି ବାଧ୍ୟ ହୋଇ ଆଈଙ୍କ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେଇଛନ୍ତି। ଆଜି ସକାଳେ ୮ଟାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା। ଜୟନ୍ତୀଙ୍କର ଶବ ସତ୍କାର ପାଇଁ ପୁତ୍ରବଧୂ ଯଜ୍ଞାସିନୀ ବଛା, ନାତି ଶୁଭମ୍ ବଛା, ନାତୁଣୀ ଶିବାନୀ ବଛା ଜାତିଭାଇଙ୍କୁ ଗୁହାରୀ କରିଥିଲେ। କିନ୍ତୁ ସେମାନଙ୍କର କଥା କେହି ଶୁଣି ନଥିଲେ। ଶେଷରେ ସେମାନେ ଜୟନ୍ତୀଙ୍କର ମୃତଦେହକୁ ସାଇକଲରେ ବୋହି ସଂସ୍କାର କରିଥିଲେ। କଣ୍ଟାପଡ଼ାର ନିଲେଶ୍ୱର୍ ବନଛୋର, ଧବଳେଶ୍ୱର ବାଗ, ଆରତୀ ବଗର୍ତ୍ତି, ନୃପତି ବନଛୋର ଶବ ସତ୍କାର କାମରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଅସହାୟ ଜୟନ୍ତୀ ବଛା ଝିଅ ବାସନ୍ତୀ ବଛାଙ୍କ ସହିତ ରହୁଥିଲେ। ତାଙ୍କ ଦୁଇ ବଡ଼ପୁଅ ତୁଲାରାମ ବଛା ଓ ସାନପୁଅ ପଞ୍ଚା ଓ ଝିଅ ବାସନ୍ତୀ ମାନସିକ ରୋଗୀ ଅଟନ୍ତି। ଦୀର୍ଘ ଦିନରୁ ସାନପୁଅ ପଞ୍ଚା ସ୍ତ୍ରୀ ସହିତ ଗଂଜାମ ଜିଲ୍ଲା ଭଞ୍ଜନଗରରେ ରହୁଛନ୍ତି। ବଡ ପୁଅ ତୁଳାରାମଙ୍କ ୮ମାସ ତଳେ ମୃତ୍ୟୁ ହୋଇଥିଲା।










